ସୁନ୍ଦରୀଙ୍କ ସହର

0
111

ଭାରତରେ ସୁନ୍ଦରୀ ଲଳନାଙ୍କ ସଂଖ୍ୟା କିଛି କମ୍‌ ନୁହେଁ। ହେଲେ ସବୁ ସହର ବା ଗାଁରେ ଏମାନଙ୍କର ଦେଖା ମିଳି ନ ଥାଏ। କେତୋଟି ବଛା ବଛା ସହରରେ ଦେଖିବାକୁ ମିଳେ ଏହି ସୁନ୍ଦରୀମାନଙ୍କୁ। ସେଥିମଧ୍ୟରୁ ଗୋଟିଏ ହେଲା ଦେଶର ରାଜଧାନୀ ଦିଲ୍ଲୀ। ଏଠି ଅଧିକାଂଶ ରାଜନେତା ଥିବା କଥା ଆମେ ଜାଣୁ। ହେଲେ ଏଠି ଯେ ସୁନ୍ଦରୀଙ୍କ ସଂଖ୍ୟା ସବୁଠାରୁ ଅଧିକ, ସେ କଥା ଅନେକଙ୍କୁ ଜଣା ନ ଥିବ। ପ୍ରକୃତ କଥା ହେଲା ଅନ୍ୟ ସହର ଅପେକ୍ଷା ଏଠାରେ ରହିଛି ଅଧିକ ଶିକ୍ଷାନୁଷ୍ଠାନ। ବିଶେଷକରି ଏଠାରେ ଥିବା ବିଶ୍ୱବିଦ୍ୟାଳୟକୁ ଦେଶର ବିଭିନ୍ନ ପ୍ରାନ୍ତରୁ ଝିଅମାନେ ଆସିଥାନ୍ତି। ଏଠାକାର ଜୀବନଶୈଳୀ ସହ ଆଧୁନିକ ବେଶ ପୋଷାକରେ ଏମାନେ ଆହୁରି ସୁନ୍ଦର ଦେଖାଯାଆନ୍ତି। ସେମିତି ଆଉ ଏକ ସହର ହେଉଛି ବମ୍ବେ। ଏଠିକୁ ଆସୁଥିବା ଝିଅମାନେ ବଲିଉଡ ନାୟିକା ଭଳି ସୁନ୍ଦର ହେବାକୁ ଚେଷ୍ଟା କରିଥାନ୍ତି। ଏମିତିକି ଅନେକ ସୁନ୍ଦରୀ ବଲିଉଡରେ ନିଜର ଜଲଓ୍ବା ଦେଖାଇବାକୁ ଏଠିକୁ ଚାଲି ଆସିଥାନ୍ତି। ତେଣୁ ବମ୍ବେର ଅଧିକାଂଶ ଭାଗରେ ସୁନ୍ଦରୀ ଯୁବତୀମାନଙ୍କୁ ଦେଖିବାକୁ ମିଳେ।

LEAVE A REPLY

Please enter your comment!
Please enter your name here