ଜାମୁ-କଶ୍ମୀରରେ ପାଞ୍ଚ ଆତଙ୍କବାଦୀ ନିହତ

0
83

ନୂଆଦିଲ୍ଲୀ: ଶନିବାର ଦିନ ଜାମୁ-କଶ୍ମୀରର ଟାଙ୍ଗଧର ସେକ୍ଟର୍‌ରେ ନିୟନ୍ତ୍ରଣ ରେଖା ଅତିକ୍ରମ କରିବାକୁ ଉଦ୍ୟମ କରୁଥିବା ପାଞ୍ଚ ଜଣ ଆତଙ୍କବାଦୀ ସେନାଙ୍କ ଗୁଳିରେ ନିହତ ହୋଇଛନ୍ତି। କେତେ ଜଣ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ ତାହା ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ସମସ୍ତ ଅନୁପ୍ରବେଶକାରୀ ପ୍ରାଣ ହରାଇଥିବା ଜଣାପଡିଛି। ଏହି ଆତଙ୍କବାଦୀମାନେ କାଶ୍ମୀର ସୀମା ଦେଇ ଭାରତରେ ପ୍ରବେଶ କରିବା ପରେ କୌଣସି ବଡ ଧରଣର ଅଘଟଣ ଘଟାଇବାକୁ ଯୋଜନା କରିଥିଲେ ବୋଲି ଆଶଙ୍କା କରାଯାଉଛି।

ମିଳିଥିବା ଖବର ମୁତାବକ, ଆଜି ଭୋରରୁ ଟାଙ୍ଗଧର ସେକ୍ଟର୍‌ରେ ନିୟନ୍ତ୍ରଣ ରେଖା ନିକଟରେ କିଛି ଆତଙ୍କବାଦୀ ତାର ଜାଳି କାଟି ପଶିବାକୁ ଉଦ୍ୟମ କରୁଥିବା ବେଳେ ୨୦ ଜାଟ୍‌ ରେଜିମେଣ୍ଟ୍‌ର ସୈନିକମାନେ ଏହା ଜାଣିପାରୀ ତୁରନ୍ତ ଆକ୍ରମଣ କରିଥିଲେ । ଚଳିତ ମାସ ଆରମ୍ଭରୁ ପାକିସ୍ତାନ ସୀମାରେ ଗୁଳି ବର୍ଷା ଜାରି ରଖିଥିବାରୁ, ଏଭଳି ସମ୍ବେଦନଶୀଳ ଅଂଚଳରେ ସେନା ପକ୍ଷରୁ କଡା ନଜର ରଖାଯାଇଛି। ନିକଟରେ ସୀମା ଅରପଟୁ ସୁଡଙ୍ଗ ଯୋଗେ ମଧ୍ୟ ଆତଙ୍କବାଦୀମାନେ କାଶ୍ମୀରରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଜଣାପଡିଥିଲା। ଅପରପକ୍ଷେ କୁଖ୍ୟାତ ଆତଙ୍କବାଦୀ ସଙ୍ଗଠନ ଆଇଏସ୍‌ଆଇ ଏବେ ପାକିସ୍ତାନ ଜେଲ୍‌ରେ ଥିବା କଏଦୀମାନଙ୍କୁ ନିୟନ୍ତ୍ରଣ ରେଖା ଟପିବା ତାଲିମ ଦେଉଛି ଓ ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ନିର୍ଦେଶ ଦେଉଥିବା ଗୁଇନ୍ଦା ବିଭାଗ ପକ୍ଷରୁ ଜଣାପଡିଛି।

LEAVE A REPLY

Please enter your comment!
Please enter your name here