ଆଣ୍ଡାମାନ ନିକୋବର ଦ୍ୱୀପରେ ମୌସୁମୀ

0
152

ଭୁବନେଶ୍ୱର: ଆଣ୍ଡାମାନ ନିକୋବର ଦ୍ୱୀପରେ ମୌସୁମୀ ବାୟୁ ପହଞ୍ଚିଛିି ବୋଲି ଶୁକ୍ରବାର ଭୁବନେଶ୍ୱର ପାଣିବାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାର ପ୍ରବାଭରେ ଦକ୍ଷିଣ ଆଣ୍ଡାମାନ ଓ ନିକୋବରରେ ସକାଳେ ବର୍ଷା ହୋଇଥିବା ସୂଚନା ମିଳିଛି। ତେବେ ଆଇଏମ୍‌ଡିର ସୂଚନା ଅନୁଯାୟୀ ମୌସୁମୀ ୨୩ ତାରିଖରେ ପହଞ୍ଚିବାର ଥିଲା। ହେଲେ ଏହା ୩ ଦିନ ବିଳମ୍ବରେ ପହଞ୍ଚିଛି। ତେବେ ଚଳିତ ବର୍ଷ ସ୍ବାଭାବିକ ବର୍ଷା ହେବା ସହ ଦିନେ ଦୁଇଦିନ ମଧ୍ୟରେ ମୌସୁମୀ କେରଳ ଛୁଇଁବ ବୋଲି ଆଇଏମ୍‌ଡି ପକ୍ଷରୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here