ବିମ।ନବନ୍ଦର ଉଡ।ଇଦେବ। ଘଟଣା ଅଭିଯୁକ୍ତ ଗିରଫ

0
366

ଭୁବନେଶ୍ୱର : ଗତକାଲି ଭୁବନେଶ୍ବର ବିମାନବନ୍ଦରକୁ ଉଡାଇଦେବା ଧମକ ଦେଇଥିବା ଅଭିଯୁକ୍ତକୁ ଏୟାରଫିଲ୍ଟ ଥାନା ପୋଲିସ ଗିରଫ କରିଛି । ଅଭିଯୁକ୍ତ ବସନ୍ତ ପୃଷ୍ଟିଙ୍କୁ ଆଜି ଏୟାରଫିଲ୍ଟ ଥାନା ପୋଲିସ ନୟାଗଡ଼ରୁ ପୋଲିସ ଗିରଫ କରିଛି । ତାଙ୍କର ଘର କଟକ ବ।ଙ୍କୀ ବୈଦଶ୍ବରରେ ବୋଲି ଜଣ।ପଡିଛି ।

ଗତକାଲି ଏକ ଅଜଣା ଫୋନରୁ ବିମାନବନ୍ଦର ଅଫିସ ଲ୍ୟାଣ୍ଡଲାଇନକୁ ବାରମ୍ବାର ଫୋନ୍‌ କରିଥିଲା । ମୁମ୍ବାଇକୁ ଗଂଜେଇ ଚାଲାଣ କରିବ ନ ହେଲେ ବିମାନ ବନ୍ଦର ଉଡ଼ାଇଦେବି ବୋଲି ଧମକ ଦେଉଥିଲା ବସନ୍ତ । ତେବେ ଫୋନ ପାଇବା ପରେ ବିମାନବନ୍ଦରରେ ହାଇଆଲର୍ଟ ଜାରି କରାଯାଇଥିଲା । ଏହା ସହିତ କଲ୍‌ କରିଥିବା ଅଭିଯୁକ୍ତକୁ ଧରିବାକୁ ଏୟାରଫିଲ୍ଟ ପୋଲିସ ଦ୍ୱାରା ଉଦ୍ୟମ ଜାରି ରଖାଯାଇଥିଲା । ତେବେ ଆଜି ତାକୁ ଗିରଫ କରାଯାଇଛି । ବସନ୍ତଙ୍କ ସ୍ତ୍ରୀ ଛାଡ଼ି ପଳାଇବା ପରେ ସେ ଜଣେ ମାନସିକ ବିକୃତ ହୋଇପଡ଼ିଥିବା ଜଣାପଡ଼ିଛି । 

LEAVE A REPLY

Please enter your comment!
Please enter your name here