ଅାଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କୁମାରସ୍ୱାମୀ

0
294

ବେଙ୍ଗାଲୁରୁ : କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଜେଡିଏସ୍ ନେତା ଏଚ.ଡି. କୁମାରସ୍ୱାମୀ ବୁଧବାର ଅପରାହ୍‌ଣ ସାଢ଼େ ୪ଟାରେ ଶପଥ ନେବେ। କର୍ଣ୍ଣାଟକ ବିଧାନସୌଧ ପରିସରରେ ଏହି ଶପଥ ଗ୍ରହଣ ଉତ୍ସବରେ କେବଳ କୁମାରସ୍ୱାମୀ ହିଁ ଶପଥ ଗ୍ରହଣ କରିବେ। ଗୁରୁବାର ଅାସ୍ଥା ଭୋଟ ପରେ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟ ଶପଥ ନେବେ ବୋଲି କଂଗ୍ରେସ ନେତା ଡି.ଶିବ କୁମାର କହିଛନ୍ତି।

ତେବେ ଦୁଇଟି ଉପ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଜେଡିଏସ୍-କଂଗ୍ରେସ ମଧ୍ୟରେ ଟଣା ଓଟରା ଚାଲିଥିବା ବେଳେ କଂଗ୍ରେସର ଜଣଙ୍କୁ ଉପ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ଜଣଙ୍କୁ ବାଚସ୍ପତି ଭାବେ ନିଯୁକ୍ତି ଦେବାକୁ ଗତକାଲିର ଜେଡିଏସ୍-କଂଗ୍ରେସ ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ହୋଇଛି।

ଏହି ଶପଥ ଗ୍ରହଣ ଉତ୍ସବରେ ବିଭିନ୍ନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ୟୁପିଏ ଅଧ୍ୟକ୍ଷା ସୋନିଅା ଗାନ୍ଧୀଙ୍କ ସମେତ ବିଜେପି ବିରୋଧୀ ଦଳର ନେତାମାନେ ସାମିଲ ହେବେ ଜଣାଯାଇଛି। ଜେଡିଏସ୍ ମୁଖ୍ୟ ଏଚ.ଡି ଦେବେଗୌଡା, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, ପୂର୍ବତନ ୟୁପି ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବ ଓ ମାୟାବତୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ସିପିଏମ୍ ନେତା ସୀତାରାମ ୟେଚୁରୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ, କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ପ୍ରମୁଖ ଏହି ଉତ୍ସବରେ ସାମିଲ ହେବେ। କିନ୍ତୁ କଂଗ୍ରେସ ବିରୋଧୀ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ଏହି ଉତ୍ସରେ ଯୋଗ ଦେବେନି।

ଶପଥ ଗ୍ରହଣ ଉତ୍ସବ ପୂର୍ବରୁ ଗତକାଲି କୁମାରସ୍ୱାମୀ ମନ୍ଦିର ଯାଇ ସରକାରର ସ୍ଥିରତା ପାଇଁ ପ୍ରାର୍ଥନା କରିଥିଲେ। ଦଳିତ ନେତା ଜି.ପରମେଶ୍ୱର ଉପ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ବେଳେ ବାଚସ୍ପତି ପଦ କାହାକୁ ଦିଅାଯିବ ସେନେଇ କୌଣସି ଘୋଷଣା କରାଯାଇ ନାହିଁ। ତେବେ ସିଦ୍ଦରାମେୟାଙ୍କୁ କଂଗ୍ରେସ ବିଧାୟକ ଦଳ ନେତା ପଦରେ ପୂର୍ବପରି ରହିବେ ବୋଲି ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here