ଜୁଏଲଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଲେ ନିରଞ୍ଜନ, ସୌମ୍ୟ

0
481


ଭୁବନେଶ୍ୱର: ବିଜେଡ଼ି ଓ କଂଗ୍ରେସ ମଧ୍ୟରେ ଭିତିରିଆ ବୁଝାମଣା ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ବିବୃତିକୁ ନେଇ ରାଜ୍ୟ ରାଜନୀତି ଜୋର ଧରିଛି। ଏ ନେଇ ଜୁଏଲଙ୍କୁ ଟାର୍ଗେଟ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ନିରଞ୍ଜନ କହିଛନ୍ତି ଯେ, ଜୁଏଲ ଏତେ ଭୟଭୀତ କାହିଁକି ମୁଁ ଜାଣିପାରୁନାହିଁ। କର୍ନାଟକ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବକୁ ବହୁ ଅଣଭାଜପା ମୁଖ୍ୟମନ୍ତ୍ରୀ ଯାଉଛନ୍ତି। ହେଲେ ନବୀନ ଯାଉନାହାନ୍ତି। ତେଣୁ ଭାଜପାସହ ତାଙ୍କର ଭିତିରିଆ ବୁଝାମଣା ହୋଇଛି ବୋଲି ସ୍ପଷ୍ଟ ହୋଇଯାଉଛି। ଅତୀତରେ ଉଭୟ ଦଳ ୯ ବର୍ଷ ଧରି କ୍ଷମତାରେ ଥିଲେ ବୋଲି ସେ କହିଛନ୍ତି। ଜୁଏଲଙ୍କୁ ଟାର୍ଗେଟ କରି ସୌମ୍ୟ ରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ପାରିବାରିକ ସମ୍ପର୍କକୁ ନେଇ ରାଜନୀତି କଲେ କିଛି ଫଳ ମିଳିବ ନାହିଁ। ପାରିବାରିକ ସମ୍ପର୍କକୁ ନେଇ ତାଙ୍କୁ ନିନ୍ଦିତ କରାଯାଉଛ। ଜାନକୀବଲ୍ଲଭ ପଟ୍ଟନାୟକ ଯେତେବେଳେ କଂଗ୍ରେସରେ ଥିଲେ ସେତେବେଳେ ସେ ଭାଜପାରେ ଥିଲେ। ନିରଞ୍ଜନ କିନ୍ତୁ କଂଗ୍ରେସରେ ଥିଲେ। ଜୁଏଲ ଏକଥା ଭଲଭାବେ ଜାଣିଥିବେ। ତେଣୁ କାଚଘରେ ରହି ଜୁଏଲ ଟେକା ନ ଫିଙ୍ଗନ୍ତୁ ବୋଲି ସେ କହିଛନ୍ତି। ଅପରପକ୍ଷରେ କର୍ନାଟକ ନିର୍ବାଚନର ଝଟକା ପରେ ବିଜେପି ଭୟଭୀତ ଓ ବିବ୍ରତ ହୋଇପଡ଼ିଛି ବୋଲି ବିଜେଡ଼ି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି।

LEAVE A REPLY

Please enter your comment!
Please enter your name here