ପରଲୋକରେ ବିଶିଷ୍ଟ ଶିଳ୍ପପତି ବଂଶୀଧର ପଣ୍ଡା

0
332

ଭୁବନେଶ୍ୱର, ୨୨।୫: ଓଡ଼ିଶାର ବିଶିଷ୍ଟ ଶିଳ୍ପପତି ବଂଶୀଧର ପଣ୍ଡାଙ୍କର ଆଜି ଭୁବନେଶ୍ୱରସ୍ଥିତ ବାସଭବନରେ ଦେହ।ନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା।
୧୯୩୨ ମସିହା ନଭେମ୍ବର ୨୬ ତାରିଖରେ ବଂଶୀଧର ଜନ୍ମ ଗ୍ରହଣ କରିଥିଲେ। ୧୯୬୧ ମସିହାରେ ପ୍ରତିଷ୍ଠା କରିଥିବା ଫେରୋ ଆଲୋଏଜ୍‌ କାରଖାନା (ଇମ୍ଫା) ପାଇଁ ସେ ଶିଳ୍ପ ଜଗତରେ ପରିଚିତ ଥିଲେ। ସେ ନାସାରେ ମଧ୍ୟ ଜଣେ ବୈଜ୍ଞାନିକ ଭାବେ କାମ କରିଛନ୍ତି। ଉତ୍କଳ ଚାମ୍ବର ଅଫ୍‌ କମର୍ସର ଅଧ୍ୟକ୍ଷ ଏବଂ ଆଇଆଇଟି ଖଡଗପୁରର ବୋର୍ଡ ଅଫ୍‌ ଗଭର୍ଣ୍ଣାସର ମଧ୍ୟ ସଦସ୍ୟ ଥିଲେ।
ବଂଶୀଧରଙ୍କ ସ୍ତ୍ରୀ ସ୍ବର୍ଗତ ଇଲା ପଣ୍ଡା ରାଜ୍ୟସଭାର ସଦସ୍ୟ ଥିଲେ। ତାଙ୍କର ବଡ଼ ପୁଅ ବୈଜୟନ୍ତ ବର୍ତ୍ତମାନ କେନ୍ଦ୍ରାପଡ଼ାର ଏମ୍‌ପି ଥିବା ବେଳେ ସାନ ପୁଅ ଶୁଭକାନ୍ତ ଜଣେ ଶିଳ୍ପପତି ଅଟନ୍ତି ।

LEAVE A REPLY

Please enter your comment!
Please enter your name here