ଆସିଲା ପପୁଙ୍କ ବ୍ଲଡ଼ ରିପୋର୍ଟ କଣ ରହିଛି ରିପୋର୍ଟରେ ?

0
5665

ନୁଆଦୀଲ୍ଲି : ପପୁ ପମ୍‌ ପମ୍‌ ଦିଲ୍ଲୀ ଏମ୍ସର ଗ୍ୟାଷ୍ଟ୍ରୋଲୋଜି ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। ପପୁଙ୍କୁ ନେଇ ଗୁଜବ ପ୍ରଚାର ନକରିବାକୁ ତାଙ୍କ ସ୍ତ୍ରୀ ନିବଦେନ କରିଛନ୍ତି । ଓଲିଉଡର ଜଣାଶୁଣା କମେଡିଆନ ପପୁ ପମ୍‌ ପମ୍‌ଙ୍କ ସ୍ୱାସ୍ଥ୍ୟ ଭଲ ଅଛି। ସେ ଦିଲ୍ଲୀ ଏମ୍ସର ଗ୍ୟାଷ୍ଟ୍ରୋଲୋଜି ବିଭାଗ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ପପୁଙ୍କ ସ୍ତ୍ରୀ ସଙ୍ଗୀତା ଶତପଥୀ।

ପପୁ ପାନକ୍ରିୟାସ୍ ଜନିତ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚକିତ୍ସିତ ହେଉଥିଲେ। କିନ୍ତୁ ସ୍ୱାସ୍ଥ୍ୟ ଅଧିକ ଗୁରୁତର ହେବାରୁ ତାଙ୍କୁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ଏୟାର ଆମ୍ବୁଲାନ୍ସରେ ପପୁଙ୍କୁ ଦିଲ୍ଲୀ ପଠାଯାଇଥିଲା। ପପୁଙ୍କ ସାଙ୍ଗରେ ତାଙ୍କ ସ୍ତ୍ରୀ ସଙ୍ଗୀତା ଦିଲ୍ଲୀ ଯାଇଛନ୍ତି।

ପପୁ ପମପମଙ୍କ ବ୍ଲଡ ଟେଷ୍ଟ୍ ରିପୋର୍ଟ ଆସିଛି। ରିପୋର୍ଟ ନରମାଲ ଥିବା ପୁପୁଙ୍କ ପରିବାର ବର୍ଗ ସୂଚନା ଦେଇଛନ୍ତି। ଗତକାଲି ଅପେକ୍ଷା ତାଙ୍କର ପେଟରେ ଗ୍ୟାସ କମିଥିବା ଜଣାପଡିଛି। ପପୁଙ୍କୁ ତାଙ୍କ ସ୍ତ୍ରୀ ଭେଟିଥିବା ବେଳେ ସେ ତାଙ୍କ ସହ କଥାହୋଇଛନ୍ତି। ସ୍ତ୍ରୀଙ୍କୁ ଘରକୁ କେବେ ଯିବା ବୋଲି ପପୁ କହିଥିବା ପରିବାର ବର୍ଗଙ୍କ ପକ୍ଷରୁ ଜଣାପଡିଛି।

LEAVE A REPLY

Please enter your comment!
Please enter your name here