କାଜୁଆଲ୍ଟି ୱାର୍ଡରେ ଚାଲିଛି ଅଫିସ୍, ରୋଗୀ ହନ୍ତସନ୍ତ

0
110

ଘସିପୁରା : କେନ୍ଦୁଝର ଜିଲ୍ଲାର ମୁଖ୍ୟ ପ୍ର।ଣକେନ୍ଦ୍ର କହିଲେ ଆନନ୍ଦପୁରକୁ ବୁଝାଇଥ।ଏ । ହେଲେ ଏଠାକାର ଚିକିତ୍ସାଳୟ କଥ। କହିଲେ ନସରେ ଆନନ୍ଦପୁର ଉପଖଣ୍ଡ ମେଡିକାଲ ଉପରେ କେବଳ କେନ୍ଦୁଝର ନୁହେଁ ପଡ଼ୋଶୀ ମୟୁରଭଞ୍ଜ, ଭଦ୍ରକ ସହ ସୀମାନ୍ତବର୍ତ୍ତୀ ଅଞ୍ଚଳର ଲୋକମାନେ ଚିକିତ୍ସା ପ।ଇଁ ନିର୍ଭର କରିଥାନ୍ତି । ଏଠାକୁ ପ୍ରତିଦିନ ବହୁ ରୋଗୀ ଚିକିତ୍ସା ପାଇଁ ଆସିଥାନ୍ତି । ୨୦ନଂ. କେନ୍ଦୁଝର-ଯାଜପୁର ଜାତୀୟ ରାଜପଥ ଓ ୫୩ ନଂ. ଭଦ୍ରକ-କରଞ୍ଜିଆ ରାଜ୍ୟ ରାଜପଥରେ ଦିନକୁ ଦିନ ସଡ଼କ ଦୁର୍ଘଟଣା ବଢ଼ୁଥିବା ବେଳେ ଗୁରୁତର ଆହତ ରୋଗୀମାନେ ଏହି ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥାନ୍ତି । ମାତ୍ର ଏହି ସ୍ୱାସ୍ଥ୍ୟକେନ୍ଦ୍ରର କାଜୁଆଲଟି ବା ଆଶୁ ଚିକିସôା ବିଭାଗ ନଥିବା ବେଶ୍ ଉଦ୍ବେଗର ବିଷୟ ପାଲଟିଛି । ଗୁରୁତର ଆହତ ରୋଗୀଙ୍କୁ ଉତ୍ତମ ଚିକିସôା ଯୋଗାଇ ଦେବାକୁ ଏହି ବିଭାଗ ରହିଥିବା ବେଳେ ସ୍ୱାସ୍ଥ୍ୟକେନ୍ଦ୍ରର ଆଶୁ ବିଭାଗେୀ କାର୍ଯ୍ୟାଳୟ ଚାଲୁଥିବାରୁ ରୋଗୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ଅଭିଯୋଗ ହେଉଛି । କାଜୁଆଲଟି ଭିଭାଗ ପାଇଁ ସ୍ୱତନ୍ତ୍ର କୋଠରୀ, ଶଯ୍ୟା ରଖାଯାଇ ସେଠାରେ ଜଣେ ନର୍ସଙ୍କୁ ମୂତୟନ କରିବାର ନିୟମ ରହିଥିଲେ ମଧ୍ୟ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଏସବୁ ଦେଖିବାକୁ ମିଳୁନାହିଁ । ବର୍ତ୍ତମାନ ଡ୍ରେସିଂ ରୁମ୍ରେ କାମଚଳା ନୀତିରେ ସେମାନଙ୍କୁ ଆଶୁ ଚିକିସôା ଯୋଗାଇ ଦିଆଯାଉଥିବା ବେଳେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ଶଯ୍ୟାର ବ୍ୟବସ୍ଥା ନାହିଁ । ଏପରିକି ବର୍ହିବିଭାଗକୁ ପ୍ରତିଦିନ ଆସୁଥିବା ରୋଗୀମାନଙ୍କ ଚିକିତ୍ସାର ସୁବିଧା ନାହିଁ । ଫଳରେ ସେମାନେ ବାରଣ୍ଡାରେ କଷ୍ଟ ଓ ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖିବାକୁ ମିଳୁଛି । ଅନ୍ୟପଟେ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନା ପାଇଁ ୧୬ଡିସେମ୍ବର ୨୦୦୩ ମସିହାରେ ତକ୍ରାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରଫୁଲ୍ଲଚନ୍ଦ୍ର ଘଡ଼ାଇ ଏକ ସ୍ୱତନ୍ତ୍ର କାଜୁଆଲଟି ବିଲ୍ଡିଂର ଉଦ୍ଘାଟନ କରିଥିଲେ । ଉକ୍ତ ବିଲ୍ଡିଂରେ ୪ଟି କୋଠରୀ ରହିଛି । ମାତ୍ର ଏହି ବିଲ୍ଡିଂ ଏବେ ଏସ୍ଡିଏମ୍ଓଙ୍କ କାର୍ଯ୍ୟାଳୟ ପାଲଟିଛି । ତେବେ ରୋଗୀଙ୍କ ପାଇଁ ଉଦ୍ଧିଷ୍ଟ ଏହି ଗୁରୁତ୍ୱପୁର୍ଣ୍ଣ ବିଭାଗର ଗୃହକୁ ଅଫିସ ଭାବେ ବ୍ୟବହାର କରାଯିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେଣୁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ କାଜୁଆଲଟି ବିଭାଗ ଖୋଲିବାକୁ ଆନନ୍ଦପୁର ବିକାଶ ପରିଷଦ ସଭାପତି ସୁରେଶ ସାହୁ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here