ପ୍ରକାଶ ପ।ଇଲ। ଯୁକ୍ତ ୨ ବିଜ୍ଞାନ ଫଳ

0
103

ଭୁବନେଶ୍ୱର:ଆଜି ଯୁକ୍ତ ୨ ବିଜ୍ଞାନ ଫଳ ପ୍ରକାଶ ପ।ଇଛି । ସିଏଚ୍‌ଏସ୍‌ଇ ପରିଷଦ କାର୍ଯ୍ୟାଳୟରେ ପରୀକ୍ଷା ଫଳ ପୁସ୍ତକ ଉନ୍ମୋଚନ କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର। ଚଳିତ ବର୍ଷର ମୋଟ ପାସ୍ ହାର ୭୬.୯୮ ପ୍ରତିଶତ ବୋଲି ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି।

ଚଳିତ ବର୍ଷ ୯୫ହଜାରରୁ ଅଧିକ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଦେଇଥିଲେ। ଚଳିତ ବର୍ଷ ପାସ୍‌ ହାର ୭୬.୯୮ ପ୍ରତିଶତ। ଚଳିତ ବର୍ଷ ପ୍ରଥମ ଶ୍ରେଣୀରେ ୧୯, ୫୬୧ ପିଲା ପାସ୍ କରିଥିବାବେଳେ, ଦ୍ୱିତୀୟ ଶ୍ରେଣୀରେ ୨୪, ୧୬୪ ପିଲା ପାସ୍ କରିଛନ୍ତି।

ସେହିପରି ପାସ୍ ହାରରେ ନୟାଗଡ଼ ଜିଲ୍ଲା ସର୍ବାଧିକ- ୯୨.୨୩ % ଥିବାବେଳେ ଗଜପତି ଜିଲ୍ଲା ସର୍ବ ନିମ୍ନ- ୪୩.୪୩%।

ଏହାପରେ ସିଏଚ୍‌ଏସ୍‌ଇ ଓ୍ବେବସାଇଟ www.chseodisha.nic.in ଏବଂ www.orissaresults.nic.in ରେ ପରୀକ୍ଷା ଫଳ ଦେଖି ପାରିବେ।

LEAVE A REPLY

Please enter your comment!
Please enter your name here