୧୫ ଦିନ ନୁହଁ କ।ଲି ଦିନ ୪ଟ।ରେ ବହୁମତ ସ।ବ୍ୟସ୍ତ କରିବେ ୟେଦୁରପ୍ପା

0
206

ନୂଆଦିଲ୍ଲୀ: ନୂତନ ଭ।ବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ୟେଦୁରପ୍ପାଙ୍କୁ ସର୍ବୋଚ୍ଚ ଅଦାଲତ ଦୃଢ ନିର୍ଦ୍ଦେଶ ଦେଇଛନ୍ତି । କର୍ଣ୍ଣାଟକ ରାଜ୍ୟପାଳ ବାଲାଭାଇ ବାଜୁ ୟେଦୁରାପ୍ପାଙ୍କୁ ବହୁମତ ସାବ୍ୟସ୍ତ କରିବା ପାଇଁ ୧୫ ଦିନ ସମୟ ଦେଇଥିଲେ କିନ୍ତୁ ଏହାକୁ ଆଜି ସର୍ବୋଚ୍ଚ ଅଦାଲତ ଖାରଜ କରିଦେଇଛନ୍ତି ।ସେ କହିଛନ୍ତି ଆସନ୍ତାକାଲି ଅପରାହ୍ଣ ୪ ଟା ସମୟରେ ୟେଦୁରପ୍ପା ବିଧାନସଭା ଗୃହରେ ବହୁମତ ସାବ୍ୟସ୍ତ କରନ୍ତୁ । କିନ୍ତୁ କଂଗ୍ରେସ ଏବଂ ଜେଡି(ଏସ୍) ପକ୍ଷରୁ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ବିରୋଧ କରି ଦାଖଲ ମାମଲାରେ ସର୍ବୋଚ୍ଚ ଅଦାଲତ ରାଜ୍ୟପାଳଙ୍କ ନିଷ୍ପତ୍ତିରେ ସହମତ ପ୍ରକାଶ କରିଛନ୍ତି । କାହାକୁ ସରକାର ଗଠନ କରିବାକୁ ଆମନ୍ତ୍ରଣ କରିବା ତାହା ରାଜ୍ୟପାଳଙ୍କ ଇଛାଧୀନ ବ୍ୟାପାର ବୋଲି ଅଦାଲତ କହିଛନ୍ତି । ଏକେ ସିକ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ କଂଗ୍ରେସ ଏବଂ ଜେଡି(ଏସ୍) ପକ୍ଷରୁ କର୍ଣ୍ଣାଟକ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ବିରୋଧ କରି ରୁଜୁ ହୋଇଥିବା ମାମଲାର ଶୁଣାଣୀ କରିଥିଲେ ।

LEAVE A REPLY

Please enter your comment!
Please enter your name here