ମୋଦି ଦେଶର ସମ୍ବିଧାନ ଉପରକୁ ଆକ୍ରମଣ କରିଛନ୍ତି : ରାହୁଳ

0
788

ରାୟପୁର: ଗତକାଲି ଯେପରି ଭ।ବରେ କର୍ଣ୍ଣାଟକ ର।ଜନିତୀକୁ ନେଇ ର।ତିଅଧିଆ ସୁପ୍ରିମକୋର୍ଟରେ ବିଚାରପତିଙ୍କ ଦ୍ବାରା ନିଷ୍ପତ୍ତି ନିଆଗଲ। ର।ଜ୍ୟପ।ଳ ୟେଦୁରପ୍ପ।ଙ୍କୁ ସରକାର ଗଢିବ।କୁ ନିମନ୍ତ୍ରଣ କଲେ ଏଥିରେ ଦେଶରେ ନ୍ୟାୟିକ ବ୍ୟବସ୍ଥା ଭୟଭୀତ, ଏପରି କି ଗଣମାଧ୍ୟମ ଏବଂ ବିଜେପି ସାଂସଦମାନେ ମଧ୍ୟ ଭୟଭୀତ । ସେମାନେ ଏପରି ଅବସ୍ଥାରେ ଭୟଭୀତ ଅଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କୁ ଗୋଟିଏ ପଦ ମଧ୍ୟ କହିବାକୁ ସାହାସ କରୁନାହାନ୍ତି ବୋଲି ସାଂଘାତିକ ଅଭିଯୋଗ ଆଣିଛନ୍ତି କଂଗ୍ରେସ ରାଷ୍ଟ୍ରୀୟ ସଭାପତି ରାହୁଳ ଗାନ୍ଧୀ । କର୍ଣ୍ଣାଟକରେ ରାଜ୍ୟପାଳ ବିଜେପିକୁ ସରକାର ଗଠନ କରିବାକୁ ସୁଯୋଗ ଦେବା ଏବଂ ରାଜ୍ୟପାଳଙ୍କ ବିରୁଦ୍ଧରେ କଂଗ୍ରେସ ସର୍ବୋଚ୍ଚ ଅଦାଲତ ଯାଇ ନିରାଶ ହେବା ପରେ ରାହୁଳ ପ୍ରଧାନମନ୍ତ୍ରୀଙ୍କୁ ଏପରି ଶଦ୍ଦଭେଦୀ ବାଣ ପ୍ରୟୋଗ କରିଛନ୍ତି । ଦେଶର ସମ୍ବିଧାନକୁ ସଶକ୍ତ ଆକ୍ରମଣ କରାଯାଉଛି ବୋଲି ରାହୁଳ ଅଭିଯୋଗ କରିବା ସହ ପ୍ରଧାନମନ୍ତ୍ରୀଙ୍କ ଇଙ୍ଗିତରେ ଦେଶର ସମସ୍ତ ଗଣତାନ୍ତ୍ରିକ ସଂସ୍ଥାରେ ବିଜେପି ଏବଂ ଆରଏସଏସ କର୍ମୀଙ୍କ ରାଜ ଚାଲିଛି ବୋଲି ଆରୋପ କରିଛନ୍ତି ।
୭୩ତମ ଏବଂ ୭୪ ତମ ସାମ୍ବିଧାନିକ ସଂଶୋଧନର ରୌପ୍ୟ ଜୟନ୍ତୀରେ ଆୟୋଜିତ ଜନ ସ୍ୱରାଜ ସମ୍ମେଳନକୁ ଉଦ୍ବୋଧନ ଦେଇ ରାହୁଳ ଗାନ୍ଧୀ କେନ୍ଦ୍ର ସରକାର ଉପରେ ସିଧାସଳଖ ଗୁରୁତର ଅଭିଯୋଗ ଆଣିଛନ୍ତି । କର୍ଣ୍ଣାଟକରେ କଂଗ୍ରେସ ଏବଂ ଜେଡିଏସ୍ର ନିର୍ବାଚନ ପରବର୍ତ୍ତୀ ମେଣ୍ଟକୁ ସରକାର ଗଠନ ପାଇଁ ଆବଶ୍ୟକ ବିଧାୟକଙ୍କ ସମର୍ଥନ ମିଳିଥିବା ବେଳେ ରାଜ୍ୟପାଳ ଚାପରେ ବିଜେପିକୁ ସରକାର ଗଠନ କରିବାକୁ ସୁଯୋଗ ଦେଇଛନ୍ତି ବୋଲି ରାହୁଳ ଅଭିଯୋଗ କରିଛନ୍ତି । ବିଜେପି ଦଳୀୟ ମୁଖ୍ୟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ବିଜେପି କର୍ମୀମାନେ ଫମ୍ପା ବାହସ୍ପୋଟ ମାରି ଉତ୍ସବ ପାଳନ କରୁଛନ୍ତି ଯେଉଁଠି କି ଦେଶ ଗଣତନ୍ତ୍ରର ପରାଜୟ ଶୋକରେ ମର୍ମାହତ ବୋଲି ରାହୁଳ କହିଛନ୍ତି ।

LEAVE A REPLY

Please enter your comment!
Please enter your name here