କ୍ଷମତା ପ।ଇଁ ର।ତିଅଧରେ ନ୍ୟାୟ

0
117

ନୂଆଦିଲ୍ଲୀ: କର୍ନାଟକ ରାଜନୀତିକୁ ନେଇ ଗତକାଲି ବିଳମ୍ବିତ ରାତିରେ ସୁପ୍ରିମକୋର୍ଟରେ ଚାଲିଲା ହାଇଡ୍ରାମା। ଭାଜପା ନେତା ବି.ଏସ୍‌. ୟେଦୁରପ୍ପାଙ୍କୁ ରାଜ୍ୟପାଳ ଭଜୁଭାଇ ଭାଲା ଗୁରୁବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ ପାଇଁ ଦେଇଥିବା ଅନୁମତିକୁ ଚ୍ୟାଲେଞ୍ଜ କରି କଂଗ୍ରେସ ଏବଂ ଧର୍ମ ନିରପେକ୍ଷ ଜନତା ଦଳ (ଜେଡିଏସ୍‌) ପକ୍ଷରୁ କରାଯାଇଥିବା ଆବେଦନ ଉପରେ ଶୁଣାଣି ପାଇଁ ବସିଲା ୩ ଜଣିଆ ସାମ୍ବିଧାନିକ ବେଞ୍ଚ। ଜଷ୍ଟିସ୍‌ ଏ.କେ. ସିକ୍ରିଙ୍କ ଅଧ୍ୟକ୍ଷତାରେ ଏସ୍‌.ଏ. ବୋବ୍‌ଡେ ଏବଂ ଅଶୋକ ଭୂଷଣଙ୍କୁ ନେଇ ଗଠିତ ପୀଠ କୋର୍ଟ ନମ୍ବର ୬ରେ ରାତି ପ୍ରାୟ ୧ଟା ୪୫ ମିନିଟରେ ଆରମ୍ଭ ହୋଇଥିଲା ଶୁଣାଣି। ଜଣେ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନର ଶୁଣାଣି ପାଇଁ ରାତିଅଧିଆ କୋର୍ଟ ଖୋଲିବା ଘଟଣା ଦେଶବାସୀଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଶୁଣାଣିବେଳେ କଂଗ୍ରେସ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଘଭୀ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ବେଞ୍ଚ୍‌ ସମ୍ମୁଖରେ ଯୁକ୍ତି ଉପସ୍ଥାପନ କରିଥିଲେ। ପ୍ରସଙ୍ଗ ସମ୍ବେଦନଶୀଳ ହୋଇଥିବାରୁ ସୁପ୍ରିମକୋର୍ଟ ଓ ସିଜେଆଇଙ୍କ ବାସଭବନ ନିକଟରେ କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଥିଲା। ନିରାପତ୍ତା ଦୃଷ୍ଟିରୁ ଅଦାଲତର କେବଳ ଗେଟ୍‌ ନମ୍ବର ‘ଇ’କୁ ଖୋଲା ରଖାଯାଇଥିଲା। ରାତି ୩ଟା ୪୫ ପର୍ଯ୍ୟନ୍ତ ଶୁଣାଣି ଚାଲିଥିଲା। ଶୀର୍ଷ ଅଦାଲତ ଭୋର ୫ଟାରେ ୟେଦୁରପ୍ପାଙ୍କ ସପକ୍ଷରେ ରାୟ ଦେଇଥିଲେ। ସେ ଶପଥ ଗ୍ରହଣ କରିପାରିବେ ତେବେ ତାଙ୍କପ୍ରତି ସମର୍ଥନ ଥିବା ବିଧାୟକଙ୍କ ତାଲିକା ଶୁକ୍ରବାର ଅଦାଲତରେ ଦାଖଲ କରିବାକୁ ବୋଲି ବିଚାରପତିମାନେ ନିର୍ଦ୍ଦେଶ ଦେଇଥିଲେ।

LEAVE A REPLY

Please enter your comment!
Please enter your name here