ମୁଁ ୫ ବର୍ଷ ଶ।ସନ କ।ର୍ଯ୍ୟକ।ଳ ପୁରଣ କରିବି:ୟେଦୁରପ୍ପା

0
401

ବେଙ୍ଗୁଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବିଏସ୍ ୟେଦୁରପ୍ପା । ଶପଥ ପରେ ସେ ଶତପ୍ରତିଶତ ଆସ୍ଥା ଭୋଟରେ ବିଜୟୀ ହେବେ ଏବଂ ସମ୍ପୂର୍ଣ୍ଣ ୫ ବର୍ଷ ଯାଏ ଶାସନ କାର୍ଯ୍ୟକାଳ ପୂରଣ କରିବେ ବୋଲି ଦାବି କରିଛନ୍ତି । ବିଧାୟକମାନେ ସ୍ୱଇଛାରେ ମତଦାନ କରିନ୍ତୁ ବୋଲି ୟେଦୁରପ୍ପା କହିଛନ୍ତି । ଏହି ଅବସରରେ ସେ କଂଗ୍ରେସ ଏବଂ ଜେଡିଏସ୍ ମେଣ୍ଟକୁ କଡା ସମାଲୋଚନା କରିବା ମଧ୍ୟ ଭୁଲି ନାହାନ୍ତି । କର୍ଣ୍ଣାଟକ ଜନତା କଂଗ୍ରେସ ଏବଂ ଜେଡିଏସକୁ ପ୍ରତ୍ୟାଖାନ କରିଥିଲେ ମଧ୍ୟ ଏମାନେ ଅସାଧୁ ମେଣ୍ଟ କରି ଜନତାଙ୍କ ରାୟକୁ ପଦାଘାତ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ।

ବିଜେପି ୧୦୪ଟି ଆସନରେ ବିଜୟୀ ହୋଇଛି । ସରକାର ଗଠନ ପାଇଁ ୮ଟି ଆସନ ଦରକାର ଥିଲେ ମଧ୍ୟ
ରାଜ୍ୟପାଳ ଭାଜୁଭାଇ ଭାଲା ୟେଦୁରପ୍ପାଙ୍କୁ ସରକାର ଗଠନ କରିବା ପାଇଁ ଆମନ୍ତ୍ରଣ କରିବା ସହ ଆସ୍ଥା ଭୋଟ ଜିଣିବା ପାଇଁ ୧୫ ଦିନ ସମୟ ଦେଇଛନ୍ତି । ରାଜ୍ୟପାଳଙ୍କ ଏପରି ନିଷ୍ପତ୍ତିରେ କଂଗ୍ରେସ ଏବଂ ଜେଡିଏସ୍ ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଅଦାଲତ ବସିଥିଲା । ଶେଷରେ କଂଗ୍ରେସ ଏବଂ ଜେଡିଏସକୁ ଅଦାଲତଙ୍କ ଠାରୁ ନିରାଶ ହୋଇଫେରିବାକୁ ପଡିଥିଲା । ରାଜ୍ୟପାଳଙ୍କ ନିଷ୍ପତ୍ତି ଉପରେ କଂଗ୍ରେସର ଏବଂ ଜେଡିଏସର ମାମଲାରେ ଅଦାଲତ ଅସହମତ ହୋଇ ୟେଦୁରପ୍ପାଙ୍କ ଶପଥଗ୍ରହଣକୁ ରୋକାଯାଇ ପାରିବା ନାହିଁ ବୋଲି ରାୟଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here