ଦିଲ୍ଲୀ ମୁଖ୍ୟ ଶାସନ ସଚିବ ମ।ଡମର। ଘଟଣ।ରେ ଜେର। ହେବେ କେଜ୍ରିୱାଲ

0
77

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟ ଶାସନ ସଚିବ ଅଂଶୁ ପ୍ରକାଶଙ୍କୁ ମାଡ ମରା ଘଟଣାରେ ଦିଲ୍ଲୀ ପୁଲିସ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଆସନ୍ତା ୧୮ ତାରିଖରେ ଜେରା କରିବ ।ଏଥିପାଇଁ ପୁଣି ଥରେ ଅଡୁଆରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରୀୱାଲ ।
ଏନେଇ କେଜ୍ରିୱାଲଙ୍କୁ ନୋଟିସ ପଠାଯାଇଥିବା ଆଡିସନାଲ ଡିଜିପି ହରେନ୍ଦ୍ର ସିଂହ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଗତ ଫ୍ରେବୃଆରି ୧୯ ତାରିଖ ଦିନ ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ବାସଭବନରେ ଚାଲିଥିବା ଏକ ବୈଠକରେ ସଚିବ ଅଂଶୁଙ୍କୁ ମାରପିଟ କରିଥିଲେ । ମେଡିକାଲ ଯାଂଚରେ ମଧ୍ୟ ତାଙ୍କୁ ମାଡ ମରାଯାଇଥିବା ସ୍ପଷ୍ଟ ହୋଇଛି । ଏହି ଘଟଣାରେ ସଫେଇ ଦେଇ ଫେବୃଆରି ୨୦ ଦିନ ସାମ୍ବାଦିକ ସମ୍ମିଳନୀରେ ଏହି ଘଟଣାରେ ସଚିବ ଅଂଶୁଙ୍କ ଭୁଲ ଥିବା ଦଳ କହିଥିଲା ।

LEAVE A REPLY

Please enter your comment!
Please enter your name here