ପ।ଣିରୁ ପ୍ର।ଣ ପ।ଇଲେ ପ୍ର।ଣକୃଷ୍ଣ

0
69

କଟକ : ଦୀର୍ଘ ୬ ଘଣ୍ଟାର ଜୀବନ ସହ ସଂଘର୍ଷ କଲ।ପରେ କଟକ ଜିଲା ବିଡାନାସୀ ଥାନା ଅନ୍ତର୍ଗତ ତୁଳସୀପୁର ପୋଲିସ କଲୋନୀ ପମ୍ପ୍‌ ହାଉସ ପାଇପରେ ଫସି ରହିଥିବା ପ୍ରାଣକୃଷ୍ଣ ମୁଦୁଲି ଉଦ୍ଧାର ହୋଇଛନ୍ତି। ଓଡ୍ରାଫ୍‌, ଅଗ୍ନିଶମ ବିଭାଗର ଏକ ସ୍ବତନ୍ତ୍ର ଟିମ୍‌ ଦୀର୍ଘ ସମୟଧରି ଅପରେଶନ କରିବା ପରେ ଉଦ୍ଧାର କାର୍ଯ୍ୟରେ ସଫଳ ହୋଇଛନ୍ତି। ତାଙ୍କୁ ଚିକିତ୍ସା ନିମନ୍ତେ କଟକ ବଡ ଡାକ୍ତରଖାନା ନିଆଯାଇଛି। 
ପ୍ରକାଶ ଯେ, ସ୍ଥାନୀୟ ବିଡାନାସୀ ଦେଉଳସାହି ଅଞ୍ଚଳର ପ୍ରାଣକୃଷ୍ଣ ଗୁରୁବାର ସକାଳେ ପମ୍ପ୍‌ହାଉସ ସଫେଇ କାର୍ଯ୍ୟ କରୁଥିଲେ। ଏହି ସମୟରେ ପମ୍ପ୍‌ହାଉସରେ ସ୍ପିଡ୍‌ ମୋଟର ଲଗାଇ ଦିଆଯିବାରୁ ପାଣି ସ୍ରୋତ ମାଡିଆସିଥିଲା। ଏଥିରେ ପ୍ରାଣକୃଷ୍ଣ ପାଇପ୍‌ ଭିତରକୁ ଘୋଷାଡି ହୋଇ ଯାଇଥିଲେ। ୫ ଫୁଟ ଗୋଲେଇ ବିଶିଷ୍ଟ ଏହି ପାଇପ୍‌ଟି ମହାନଦୀକୁ ଯାଇଛି। ତେବେ ସେ ପାଇପ୍‌ର ମଧ୍ୟଭାଗରେ ଫସି ରହିଥିଲେ। ଘଟଣାସ୍ଥଳରେ ଓଡ୍ରାଫ୍‌, ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଜେସିବି ସହାୟତାରେ ମହାନଦୀ ମୁଖ୍ୟ ରିଂ ବନ୍ଧକୁ ଖୋଳି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ। ଘଟଣାସ୍ଥଳରେ ଜିଲାପାଳ ସୁଶାନ୍ତ ମହାପାତ୍ର, ସିଏମ୍‌ସି କମିଶନର ବିକାଶ ମହାପାତ୍ର ପହଞ୍ଚି ପରିସ୍ଥିତିକୁ ଅନୁଧ୍ୟାନ କରିଥିଲେ।

LEAVE A REPLY

Please enter your comment!
Please enter your name here