ମହାନଦୀ ପାଇଁ ବିଜେପି କୁମ୍ଭୀରକାନ୍ଦଣା କାନ୍ଦୁଛି: ମୁଖ୍ୟମନ୍ତ୍ରୀ

0
141

ଭୁବନେଶ୍ୱର: ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକର ସୁଖାସୋଡ଼ାରୁୁ ଆଜିଠ।ରୁ ଆରମ୍ଭ ହୋଇଥିବା ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ମହାନଦୀ ବଞ୍ଚାଅ ଅଭିଯାନକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ମହାନଦୀ ଆମ ମାଆ। ମହାନଦୀକୁ ଛାଡ଼ି ଓଡ଼ିଆ ଜାତିର କଳ୍ପନା କରାଯାଇପାରିବନି। ଏହ। ଓଡ଼ିଶାର ଜୀବନରେଖା କିନ୍ତୁ ଉପରମୁଣ୍ଡରେ ବେଆଇନ ଭାବେ ବ୍ୟାରେଜ୍ ନିର୍ମାଣ କରି ଛତିଶଗଡ଼ ସରକାର ମହାନଦୀ ଜଳକୁ ଅଟକାଇ ଦେଇଛନ୍ତି । କେନ୍ଦ୍ରର ବିଜେପି ସରକାର ଓ ଓଡ଼ିଶାର ବିଜେପି ନେତାମାନେ ଏହାର ନିରବ ସମର୍ଥନ କରୁଛନ୍ତି। ଯଦି ଓଡ଼ିଶାର ବିଜେପି ନେତାମାନଙ୍କର ଦରଦ ଅଛି ତେବେ ଛତିଶଗଡ଼କୁ ବିରୋଧ କରନ୍ତୁ। ଅଯଥାରେ କୁମ୍ଭୀରକାନ୍ଦଣା କାନ୍ଦନ୍ତୁ ନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦ୍ର, ଛତିଶଗଡ଼ ସରକାର ଓ ରାଜ୍ୟ ବିଜେପି ନେତାମାନଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି। ଏହାବ୍ୟତୀତ ମହାନଦୀ ପାଇଁ ଲଢ଼େଇ କରିବାକୁ ସେ ଓଡ଼ିଶାବାସୀଙ୍କୁ ଆହ୍ୱାନ ଦେଇଛନ୍ତି।

ବିଜେଡ଼ିର ଏହି ଅଭିଯାନ ଆସନ୍ତା ୩୦ ତାରିଖ ଦିନ ପାରାଦୀପଠାରେ ଉଦ୍‌ଯାପିତ ହେବ।ର କ।ର୍ଯ୍ୟକ୍ରମ ରହିଛି। ଲୋକଙ୍କୁ ମହାନଦୀ ଉପରେ ଛତିଶଗଡ଼ର ଦାଦାଗିରି ସଂପର୍କରେ ଅବଗତ କରାଯିବା ସହ ଓଡ଼ିଶାର କି କି କ୍ଷତି ଘଟୁଛି, ସେ ନେଇ ବୃତ୍ତଚିତ୍ର (ଅଡିଓ-ଭିଜୁଅାଲ) ଦ୍ୱାରା ଲୋକଙ୍କୁ ସଚେତନ କରାଯିବ । ଏହି ଅଭିଯାନରେ ବିଜେଡି କର୍ମୀ ଓ ନେତାମାନେ ପ୍ରାୟ ୧୫୮୫ କିଲୋମିଟର ପରିକ୍ରମା କରିବେ ।

LEAVE A REPLY

Please enter your comment!
Please enter your name here