ବିଧାୟକଙ୍କ କ୍ୟାମ୍ପକୁ ଫେରିଲେ ବିଜେଡ଼ିର ଦୁଇ ନେତା

0
308

ଭଦ୍ରକ : ଗତ ପୌରପାଳିକା ନିର୍ବାଚନରେ ପୋøରପାଳ ଚୟନକୁ ନେଇ ବିଜେଡ଼ି ନେତା ତଥା ଚଉଦ ମହଲା ମୁସଲିମ୍ ଜମାଦର ଉପ-ସଭାପତି ସେକ୍ଜକାଉଲ୍ଲା ଓ ସେକ୍ ନିଜାମୁଦ୍ଦିନଙ୍କର ଭଦ୍ରକ ବିଜେଡ଼ି ସହ ମତଭେଦ ହେବାରୁ ସେମାନେ ବିଜେଡ଼ି ଦଳଠାରୁ ଦୂରେଇ ଯାଇଥିଲେ । କିୁନ୍ତୁ କିଛି ଦିନ ନିରବ ପରେ ସର୍ବଶେଷରେ ରାଜ୍ୟସୁପ୍ରିମ ନବିନ୍ ପଟ୍ଟନାୟକଙ୍କ ସୁଶାସନ, ପ୍ରାକ୍ତନ ମନ୍ତ୍ରୀ ତଥା ବିଧାୟକ ଯୁଗଳକିଶୋର ପଟ୍ଟନାୟକଙ୍କ ପ୍ରତିଶ୍ରୃତିବଦ୍ଧତା ଏବଂ ଯୁବନେତା ଅସିତ୍ ପଟ୍ଟନାୟକଙ୍କ(ବୁଲୁ) ସୁସଂଗଠନ ଦକ୍ଷତା ଦେଖି ପୂର୍ବପରି ବିଜେଡ଼ି ଦଳକୁ ଆହୁରି ମଜବୁତ୍ କରିବା ଉଦେ୍ଦଶ୍ୟ ରଖି ଗତକାଲି ବିଜେଡ଼ିର ଏହି ନେତାଦ୍ୱୟ ନିଜ ଘରକୁ ଫେରିଛନ୍ତି । ଉପସ୍ଥିତ ଶତାଧିକ ବିଜେଡ଼ି କର୍ମୀଙ୍କ ଠାରେ ଏହି ନେତାଦ୍ୱୟ ଦୃଢସ୍ୱରରେ ଏହା କହିଛନ୍ତି । ପୁରୁଣା ବଜାର ସ୍ଥିତ ଶଙ୍କରପୁର ଠାରେ ଆୟୋଜିତ ଏକ ବିରାଟ ମିଶ୍ରଣ ପର୍ବ ସଭାରେ ମୁଖ୍ୟଅତିଥି ଭାବେ ଜିଲ୍ଳା ଉପସଭାପତି ବୁଲୁ ପଟ୍ଟନାୟକ ଯୋଗଦେଇ ଉକ୍ତ ନେତାଦ୍ୱୟଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରିବା ସହ ଭଦ୍ରକ ବିଜେଡ଼ି ତୃଣମୂଳସ୍ତରରେ ଆହୁରି ମଜବୁତ୍ ହେଲା ବୋଲି କହିଥିଲେ । ସମ୍ମାନୀତ ଅତିଥି ଭାବେ ପୌରାଧ୍ୟକ୍ଷ ମାନସ ମହାନ୍ତି, ବ୍ଲକ ଅଧ୍ୟକ୍ଷ ରଘୁନାଥ ଧଳ, ପୌରାଧ୍ୟକ୍ଷା କୌସେରାବେଗମ୍, ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ପାଢୀ, ଚଉଦ ମହଲା ମୁସଲିମ୍ ଜମାତର ସାଧାରଣ ସଂପାଦକ ଏନାମ୍ ମହମ୍ମଦ, କାଉନ୍ସିଲର ଜୁଲଫିକର ଅଲ୍ଲୀ, ନଗର ବିଜେଡ଼ି ସଭାପତି ଶରତ ସ୍ୱାଇଁ, ବିଜେଡ଼ି ଯୁବନେତା ସେଖ୍ ଇସଲାମ୍, ବିଶିଷ୍ଟ ଆଇନ୍ଜୀବୀ ସୋଫିଆନ,ଅବୁ ହୋସେନ୍ ଖାନ୍, ପ୍ରାକ୍ତନ କାଉନସିିଲର ସେଖ୍ ସହିଦ୍୍, ସେଖ୍ ସବିର ପ୍ରମୁଖ ବକ୍ତବ୍ୟ ରଖିଥିଲେ । ପ୍ରାରମ୍ଭରୁ ଯୁବନେତା ବୁଲୁ ପଟ୍ଟନାୟକଙ୍କୁ ବନ୍ତଛକ ଠାରୁ କଚେରୀ ବଜାର, ରାଜଘାଟ ଛକ, ଚନ୍ଦନ ବଜାର ମଧ୍ୟଦେଇ ଯୁବନେତା ଅନିଲ୍ ତି୍ରପାଠୀ, ଚୁଇଁଖାନ୍, ରଣଜିତ ଲାହା, ସେକ୍ ଫରିଆଦ୍ , ଟିଙ୍କୁ ଖାନ୍, ସେଖ୍ ଟିକି ପ୍ରମୁଖ ଏକ ବିରାଟ ପଟୁଆରରେ ସଭାସ୍ଥଳକୁ ପାଛୋଟି ନେଇଥିଲେ

LEAVE A REPLY

Please enter your comment!
Please enter your name here