୪୮ ଘଣ୍ଟାରେ ୭ ମାଓବାଦୀ ମୃତ

0
56

ଫୁଲବାଣୀ: ଗତ ୪୮ ଘଣ୍ଟା ମଧ୍ୟରେ ପୋଲିସ ଏନ୍‌କାଉଣ୍ଟରରେ ୭ ମାଓବାଦୀଙ୍କ ମୃତ୍ୟୁ ଘଟିବା ସହ ଓଡ଼ିଶା ପୋଲିସକୁ ମିଳିଛି ବଡ ସଫଳତା। ରବିବାର କନ୍ଧମାଳ ଜିଲାରେ ପୋଲିସର ମାଓ ବିରୋଧୀ ଅପରେଶନ ସମୟରେ ୪ ମାଓବାଦୀଙ୍କ ମୃତ୍ୟୁ ଘଟିଥିଲା। ସୋମବାର ସକାଳୁ ଏହି ଅପରେଶନ ଜାରି ରହିଥିବା ବେଳେ ଆଉ ଜଣେ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ସେହିପରି ରବିବାର ପୋଲିସର ଅନ୍ୟ ଏକ ଏନ୍‌କାଉଣ୍ଟରରେ ବଲାଙ୍ଗିରରେ ୨ ମାଓବାଦୀଙ୍କ ମୃତ୍ୟୁ ଘଟିଥିଲା। ମୃତ ମାଓବାଦୀଙ୍କ ମଧ୍ୟରୁ ଜଣେ କେକେବିଏନ ଡିଭିଜନ ବାଦଲ ଗ୍ରୁପର ସଦସ୍ୟ ବୋଲି ଜଣାପଡିଥିବା ବେଳେ ଅନ୍ୟମାନଙ୍କର ପରିଚୟ ମିଳିପାରିନାହି।

LEAVE A REPLY

Please enter your comment!
Please enter your name here