ଚତୁର୍ଥି ରାତିରେ ନବବଧୂ ଫେରାର

0
187

ଭଞ୍ଜକିଆ:ଦିନ କୁ ଦିନ ବିବ।ହ ପ।ଇଁ କନ୍ୟା ସମସ୍ୟା ଦେଖା ଯ।ଉଥିବ। ବେଳେ ବିବାହ ଚତୁର୍ଥି ରାତିରେ ଶାଶୁ ଘରୁ ନବବଧୂ ଫେରାର ହୋଇଯିବା ପରି ଘଟଣା ନେଇ ଯଶୀପୁର ଥାନାରେ ଅଭିଯୋଗ ହୋଇଛି। ସ୍ବାମୀଙ୍କ ଅଭିଯୋଗ ମୁତ।ବକ ସେ ଗତ ମଙ୍ଗଳବାର କେନ୍ଦୁଝର ଜିଲାର ତୁରୁମୁଙ୍ଗା ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ହେଲେ ଶୁକ୍ରବାର ରାତିରେ ନବବଧୂ କାହାକୁ କିଛି ନ କି କେଉଁଆଡେ ପଳାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି ପରେ ଏନେଇ ଶନିବାର ଥାନାରେ ଜଣାଇଛନ୍ତି। ସେ ସାଙ୍ଗରେ ୨୫ ହଜାର ଟଙ୍କା ଓ ସୁନା ଗହଣା ନେଇଯାଇଥିବା ଜଣ।ପଡିଛି । ଏନେଇ ନବବଧୂଙ୍କ ବାପ ଘରକୁ ଫୋନ କରିବାରୁ ସେମାନେ କିଛି ଜାଣି ନ ଥିବା କହିଛନ୍ତି।

LEAVE A REPLY

Please enter your comment!
Please enter your name here