ପ୍ରଥମେ ଦୁଷ୍କର୍ମ ଓ ପରେ ନିଜେ ଆତ୍ମହତ୍ୟା

0
190

ତୁରୁମୁଙ୍ଗା : କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ଅଞ୍ଚଳରେ ଜଣେ ବିବାହିତା ମହିଳାକୁ ଦୁଷ୍କର୍ମ ହେଇଥିବା ଅଭିଯୋଗ ଶୁକ୍ରବାର ଦିନ ତୁରୁମୁଙ୍ଗା ଥାନାରେ ଅଭିଯୋଗ ହୋଇଥିଲା। ଯେଉଁ ଯୁବକଙ୍କ ନାମରେ ଅଭିଯୋଗ କରାଯାଇଛି ସେ ହେଲେ ଝାରବେଡା ଗ୍ରାମର ସୁଦର୍ଶନ ବେହରା ଓରଫ ଭାଲୁ ବେହେରା। ଅଭିଯୋଗ ଅନୁଯାଇ ଗତ ରବିବାର ସନ୍ଧ୍ୟା ସମୟରେ କାଜୁ ଜଙ୍ଗଲରୁ କାଜୁ ତୋଳି ଫେରୁଥିବା ସମୟରେ ଏକୁଟିଆ ଦେଖି ଦୁଷ୍କର୍ମ କରିଥିଲା ଏବଂ ଏକଥାକୁ କାହାରିକୁ କହିଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିବା କଥା ମହିଳା ଜଣକ ଶୁକ୍ରବାର ଦିନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ତୁରୁମୁଙ୍ଗା ଥାନା କେସ ନମ୍ବର ୫୨/୧୮ ଆଇପିସି ଧାରା ୩୭୬/୫୦୬ ରେ ମାମଲା ରୁଜୁ କରି ପୋଲିସ ଶୁକ୍ରବାର ଦିନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମହିଳାଙ୍କର ଡାକ୍ତର ମାଇନା କରାଇଥିଲା ପିଡିତାର ଅଭିଯୋଗକୁ ଭିତ୍ତି କରି ଏସଆଇ ଶୁଶିଳା ବାର୍ଲା ଘଟଣାର ତଦନ୍ତ ଚଲାଇ ଥିଲେ। ଗିରଫ ଭୟରେ ଅଭିଯୁକ୍ତ ଫେରାର ଥିବା ବେଳେ ଗତକାଲି ତାଙ୍କର ଝୁଲନ୍ତା ମୃତ ଦେହ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଥାନା କାଦଡ଼ିହା ଅଞ୍ଚଳରୁ ଏକ ମହୁଲ ଗଛରୁ ଉଦ୍ଧାର କରାଯାଇ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ବ୍ୟବଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏ ନେଇ କରଞ୍ଜିଆ ଥାନାରେ ୧୪/୧୮ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଅପବାଦ ଏବଂ ଓ ଲଜ୍ଜାରେ ସୁଦର୍ଶନ ଆତ୍ମହତ୍ୟା କରିଥିବା ଅଞ୍ଚଳରେ ଆଲୋଚନା ହେଉଛି ଅନ୍ୟ ପଟେ ସୁଦର୍ଶନ ତିନି ଦିନ ହେବ ନିଖୋଜ ଥିଲେ ଓ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛନ୍ତି ବୋଲି ପରିବାର ଲୋକେ କହିଛନ୍ତି।

LEAVE A REPLY

Please enter your comment!
Please enter your name here