ଫ୍ଲିପକାର୍ଟକୁ କିଣିଲ। ୱାଲମାର୍ଟ

0
48

ନୂଆଦିଲ୍ଳୀ : ଆମେରିକାର ରିଟେଲ କମ୍ପାନି ୱାଲମାର୍ଟ ଏବେ ଭାରତର ବଡ଼ ଇ-କମର୍ସ ସାଇଟ ଫ୍ଲିପକାର୍ଟକୁ ପାଖାପାଖି ୧ଲକ୍ଷ କୋଟି ଟଙ୍କାରେ କିଣିଛି । ତେବେ ୨ କମ୍ପାନି ମଧ୍ୟରେ ଏହି ଡିଲକୁ କିଛି ବ୍ୟବସାୟୀ ବିରୋଧ କରିଛନ୍ତି । ସେମାନଙ୍କ କହିବା କଥା, ଏହି ଡିଲ୍ ଦ୍ୱାରା ସେମାନଙ୍କର ବ୍ୟବସାୟରେ କ୍ଷତି ହେବ । ସେହିଭଳି ଏହାଦ୍ୱାରା ବହୁ କର୍ମଚାରୀ ଛଟେଇ ହେବାର ସମ୍ଭାବନା ରହିଛି । ସେ ଯାହା ହେଉନା କାହିଁକି, କିନ୍ତୁ ଗ୍ରାହକଙ୍କ ଉପରେ ଏହାର କ’ଣ ପ୍ରଭାବ ରହିବ ସେ ନେଇ ନାନା ଆଲୋଚନା ହେଲାଣି । କିନ୍ତୁ ଆପଣମାନେ ଯଦି ଫ୍ଲିପକାର୍ଟର ଜଣେ ଗ୍ରାହକ, ତେବେ ଚିନ୍ତା କରନ୍ତୁ ନାହିଁ, ଆପଣ ଲାଭରେ ରହିବେ ।

ବିଶେଷଜ୍ଞଙ୍କ ମତରେ ଏହି ଡିଲ୍ ଗ୍ରାହକଙ୍କ ପାଇଁ ଲାଭଦାୟକ ହେବ । କେବଳ ଗ୍ରହକ ନୁହଁନ୍ତି, ଏହି ଡିଲ ଦ୍ୱାରା ଭାରତୀୟ ବଜାର ମଧ୍ୟ ବେଶ ଲାଭବାନ ହେବ, ଯାହା ଏପର୍ଯ୍ୟନ୍ତ ହୋଇନାହିଁ । ପୁର୍ବରୁ ୱାଲମାର୍ଟ ଓ ଆମାଜନ ମଧ୍ୟରେ ଆମେରିକାରେ ବ୍ୟବସାୟିକ ପ୍ରତିଦ୍ୱନ୍ଦିତା ଚାଲିଥିବା ବେଲେ ଏହା ଏବେ ଭାରତ ବଜାରରେ ଦେଖିବାକୁ ମିଳିବ । ତେଣୁ ଦୁଇ ବଡ଼ କମ୍ପାନି ମଧ୍ୟରେ ଏହି ଟକ୍କରରୁ ଗ୍ରାହକ ଫାଇଦାରେ ରହିବେ । ଯିଏ ଅପେକ୍ଷାକୃତ କମ୍ ମୂଲ୍ୟରେ ସାମଗ୍ରୀ ଓ ଖୁବଶୀଘ୍ର ଡେଲିଭରି କରିବ, ଗ୍ରାହକ ତା’ ଆଡ଼କୁ ବେଶି ଢଳିବେ ବୋଲି ବିଶେଷଜ୍ଞମାନେ କହିଛନ୍ତି ।
ଗ୍ରାହକଙ୍କୁ ମିଳିବ ଅଧିକ ରିହାତି: ଏହି ଡିଲ ଫଳରେ ଏବେ ଆମାଜନ ଓ ଫ୍ଲିପକାର୍ଟ ମଧ୍ୟରେ କଡ଼ା ଟକ୍କର ହେବ । ଫଳରେ କମ୍ପାନୀଗୁଡିକ ଗ୍ରାହକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ ଅଧିକ ରିହାତି ଦେବାକୁ ଚେଷ୍ଟା କରିବେ । ଫଳରେ ଗ୍ରାହକ ସିଧାସଳଖ ଲାଭରେ ରହିବେ ।
ମିଳିବ ଶୀଘ୍ର ଡେଲିଭରି: ଏବେ କିଛି ସାମଗ୍ରୀ ପାଇଁ ଫ୍ଲିପକାର୍ଟ ହେଉ ବା ଆମଜନ ଗ୍ରାହକଙ୍କଠାରୁ ସେବାବଦକୁ ଅତିରିକ୍ତ ଅର୍ଥ ନେଉଛନ୍ତି । କିନ୍ତୁ ଏବେ ଗ୍ରାହକମାନଙ୍କୁ ନିଜ ଆଡ଼କୁ ଟାଣିବା ପାଇଁ ଏହି ଡେଲିଭରି ଚାର୍ଜ ହ୍ରାସ କରାଯାଇପାରେ ବା ସଂପୂର୍ଣ୍ଣ ଉଚ୍ଛେଦ କରାଯାଇପାରେ । ସେହିପରି ଶୀଘ୍ର ଗ୍ରାହକଙ୍କୁ ସାମଗ୍ରୀ ଯୋଗାଇଦେବାରେ ଏହି ଦୁଇ ବଡ଼ ଇ-କମର୍ସ କମ୍ପାନି ମଧ୍ୟରେ ପ୍ରତିଯୋଗିତା ଲାଗି ରହିବ । ମୋଟାମୋଟି ଭାବେ କହିବାକୁ ଗଲେ, ଏହା ଦ୍ୱାରା ଡେଲିଭରି ବ୍ୟବସ୍ଥା ସୁଦୃଢ ହୋଇପାରିବ ।

LEAVE A REPLY

Please enter your comment!
Please enter your name here