ଫ୍ୟାନ୍ସଙ୍କୁ କ୍ଷମା ମାଗିଲେ ଶାହରୁଖ

0
60

ନୂଆଦିଲ୍ଲୀ: ଆଇପିଏଲ ମ୍ୟାଚ ପାଇଁ ସବୁ ଦର୍ଶକଙ୍କ ମଧ୍ୟରେ ଉକ୍ରଣ୍ଠା ଭରି ରହିଥିବା ବେଳେ ସମର୍ଥନ ଦଳଙ୍କ ପ୍ରଦର୍ଶନ ଭଲ ନହେଲେ ଫ୍ୟାନ୍ସ ବି ଦୁଃଖିତ ରହୁଛନ୍ତି । ନିକଟରେ ମୁମ୍ବାଇ ଇଣ୍ଡିଆନ୍ସ ବିରୋଧରେ ଖେଳିଥିବା ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ(କେକେଆର)ର ପ୍ରଦର୍ଶନ ଭଲ ନରହିବା ପରେ ସେ ଏକ ପ୍ରକାର ଚଳିତ ଆଇପିଏଲରେ ନିଜର ସ୍ଥିତି ହରାଇ ବସିଛି । ମୁମ୍ବାଇ ଏହି ମ୍ୟାଚରେ ଜିତିବା ସହ ଟପ୍-୪ରେ ନିଜର ସ୍ଥିତି ଜାହିର କରିବା ପରେ ପ୍ଲେ-ଅଫକୁ ଯିବା ପାଇଁ ପ୍ରସ୍ତୁତ ହେଉଛି । ତେବେ କେକେଆରର ଏଭଳି ଦୁର୍ବଳ ପ୍ରଦର୍ଶନ ପରେ ଫ୍ୟାନ୍ସ ଦୁଃଖିତ ଥିବା ବେଳେ ବଲିଛଡର କିଙ୍ଗ ଖାନ ତଥା କେକେଆର ମାଲିକ ଶାହରୁଖ ଖାନ ଫ୍ୟାନ୍ସଙ୍କୁ କ୍ଷମା ମାଗିବା ଘଟଣା ଏବେ ସବୁଠୁ ଚର୍ଚ୍ଚାର ବିଷୟ ପାଲଟିଛି । ଶାହରୁଖ ଖାନ କେକେଆର ଫ୍ୟାନ୍ସଙ୍କୁ ଟ୍ୱିଟରରେ କ୍ଷମା ମାଗି କହିଛନ୍ତି ଯେ, ଖେଳ ସହିତ ଜୋସ ଜଡ଼ିତ । ହାର- ଜିତ ତାହା ପ୍ରଦର୍ଶନ କରେ ନାହିଁ । କିନ୍ତୁ ଗୋଟିଏ ଦଳର ମାଲିକ ହିସାବରେ ଦଳ ସେହି ଜୋସ ହରାଇ ବସିଥିବାରୁ ମୁଁ କେକେଆର ଫ୍ୟାନ୍ସଙ୍କୁ କ୍ଷମା ପ୍ରାର୍ଥନା କରିବାକୁ ଚାହୁଁଛି ।

LEAVE A REPLY

Please enter your comment!
Please enter your name here