ନିଟ୍ ପରୀକ୍ଷାରେ ଧରାପଡିଲେ ଡ଼ୁପ୍ଲିକେଟ ପରୀକ୍ଷାର୍ଥୀ

0
68

ରାଉରକେଲା :ସର୍ବ ଭାରତୀୟ ସ୍ତରରେ ଅନୁଷ୍ଠିତ ହୋଇଥିବା ନିଟ୍ ପରୀକ୍ଷା ସହରର ବିଭିନ୍ନ ସ୍କୁଲରେ ଅନୁଷ୍ଠିତ ହୋଇଥିଲା । ଏହି କ୍ରମରେ ବାସନ୍ତି କଲୋନୀସ୍ଥିତ ଡିଏଭି ପବ୍ଲିକ ସ୍କୁଲରେ ମଧ୍ୟ ଏକ ସେଂଟର ପଡିଥିଲା । ତେବେ ଏହି ସେଂଟରରେ ରମେଶ କୁମାର ନାମକ ଜଣେ ଅନ୍ୟ ଜଣଙ୍କ ପାଇଁ ଆସି ପରୀକ୍ଷା ଦେଉଥିବା ନେଇ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏଲ ଏନ ପ୍ରଧାନଙ୍କ ସନ୍ଦେହ ହେବାରୁ ଶ୍ରୀ ପ୍ରଧାନ ଏ ନେଇ ଉଦିତନଗର ଥାନାରେ ଖବର ଦେବାରୁ ପୋଲିସ ଆସି ରମେଶକୁ ଗିରଫ କରି ନେଇଥିଲା । ଏନେଇ ପୋଲିସ ଦଫା ୪୧୯, ୧୦୯, ୩୪ ଏବଂ ୧୨୦ ଆଇପିସିରେ କେସ ରୁଜୁ କରି ରମେଶକୁ କୋର୍ଟଚାଲାଣ କରିଥିବା ଜଣାପଡିଛି । ରାଜସ୍ଥାନ ରାଜ୍ୟର ଡୁଙ୍ଗରୀ ଜିଲ୍ଲାର ବାସିନ୍ଦା ରମେଶକୁ ଏଠାକୁ କିଏ ଡାକିଥିଲା ପୋଲିସ ସେ ସମ୍ବନ୍ଧରେ ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here