ଛତିଶଗଡ଼ର ଦାଦାଗିରି ଉପରେ ରୋକ୍ ଲଗ।ଇଲ। ଏନ୍‌ଜିଟି

0
66

ଭୁବନେଶ୍ୱର: ଛତିଶଗଡ଼ର ଦାଦାଗିରି ଉପରେ ରୋକ୍ ଲଗାଇଛନ୍ତି ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ (ଏନ୍‌ଜିଟି)। ନିର୍ଦ୍ଦେଶ ଉଲ୍ଲଙ୍ଘନ କରିବା ଅଭିଯୋଗରେ ଛତିଶଗଡ଼କୁ ନୋଟିସ କରିଛନ୍ତି। ମହାନଦୀ ବଞ୍ଚାଅ ଆନ୍ଦୋଳନ ସମିତିର ଅଭିଯୋଗର ଶୁଣାଣି କରି ଏନଜିଟି ଛତିଶଗଡ଼କୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ୨ ସପ୍ତାହ ମଧ୍ୟରେ ଜବାବ ଦେବାକୁ ଛତିଶଗଡ଼କୁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ମହାନଦୀରେ କାର୍ଯ୍ୟକ୍ଷମ ହୋଇନଥିବା ପ୍ରକଳ୍ପ କାମ ବନ୍ଦ କରିବାକୁ ଏନଜିଟି ଆଗରୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହି ନିର୍ଦ୍ଦେଶକୁ ବେଖାତିର କରି ଛତିଶଗଡ଼ ପ୍ରକଳ୍ପ କାମ ଚାଲୁ ରଖିଥିଲା।
ଅପରପକ୍ଷେ ମହାନଦୀ ପ୍ରସଙ୍ଗକୁ ନେଇ ଆସନ୍ତା ୧୬ ତାରିଖରୁ ମହାନଦୀ ସୁରକ୍ଷା ଅଭିଯାନ ଆରମ୍ଭ କରିବ। ଏହି କାର୍ଯ୍ୟକ୍ରମ ଜରିଆରେ ବିଜେଡି ଗାଁ ଗାଁ ବୁଲି କେନ୍ଦ୍ର ଓ ଛତିଶଗଡ଼ ସରକାରଙ୍କ ସଲାସୁତୁରାକୁ ପଦାରେ ପକାଇବା ସହ ମହାନଦୀକୁ ବଞ୍ଚାଇବା ପାଇଁ ଜନ ଆନ୍ଦୋଳନକୁ ତୀବ୍ର କରିବ।

LEAVE A REPLY

Please enter your comment!
Please enter your name here