ନିଲାମ ହେଲା ଟ୍ରମ୍ପଙ୍କ ଉଲଗ୍ନ ମୂର୍ତ୍ତି : କେତେ ଟଙ୍କାରେ ଜାଣନ୍ତୁ

0
91

ୱାସିଂଟନ: ସବୁବେଳେ କିଛି ନା କିଛି ଖବରକୁ ନେଇ ଚର୍ଚ୍ଚାରେ ରହୁଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଗୋଟିଏ ରୋଚକ ଖବରକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ଲସ ଏଞ୍ଜେଲସରେ ଟ୍ରମ୍ପଙ୍କ ଗୋଟିଏ ସ୍ୱତନ୍ତ୍ର ପ୍ରତିମୂର୍ତି ରଖାଯାଇଥିଲା । ଯାହା ଆଜି ନିଲାମ ହୋଇଛି । ଟ୍ରମ୍ପଙ୍କ ଏହି ମୂର୍ତିକୁ ତାଙ୍କର ଜଣେ ପ୍ରଶଂସକ ୧୮.୬୬ ଲକ୍ଷ ଡଲାରରେ କିଣିଛନ୍ତି ।
ତେବେ ଟ୍ରମ୍ପଙ୍କ ଏହି ମୂର୍ତିରେ ଏଭଳି କ’ଣ ରହିଛି ଯାହା ଏତେ ଦାମରେ ବିକ୍ରି ହେଲା ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି । ଆପଣମାନେ ବି ନିଶ୍ଚୟ ତାହା ଭାବୁଥିବେ । ତେବେ ଆପଣଙ୍କୁ ଜଣାଇ ଦେଉଛୁ ଯେ, ଏହି ମୂର୍ତିରେ ରାଷ୍ଟ୍ରପତି ଟ୍ରମ୍ପ ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ଛିଡ଼ା ହୋଇଛନ୍ତି । ୨୦୧୬ ରାଷ୍ଟ୍ରପତି ନିର୍ବାଚନ ସମୟରେ ଜଣେ ମୂର୍ତିକାର ଟ୍ରମ୍ପଙ୍କ ଏଭଳି କିଛି ଉଲଗ୍ନ ମୂର୍ତି ତିଆରି କରିଥିଲେ । ଯାହାକୁ ଲସ୍ ଏଞ୍ଜେଲସ, ସାନ ଫ୍ରାନ୍ସିସ୍କୋ, ନ୍ୟୁୟର୍କ ଆଦିର ସାର୍ବଜନୀନ ସ୍ଥାନରେ ରଖାଯାଇଥିଲା । ଏହା ପୂର୍ବରୁ ଟ୍ରମ୍ପଙ୍କ ଏଭଳି ଉଲଗ୍ନ ମୂର୍ତି ଗୁଡ଼ିକୁ ଭାଙ୍ଗି ଦିଆଯାଇଥିବା ବେଳେ ଏହା ଶେଷ ମୂର୍ତି ରହିଯାଇଥିଲା ।

LEAVE A REPLY

Please enter your comment!
Please enter your name here