ନକଲି ସାମଗ୍ରୀର ସହର ପ।ଲଟିଛି କଟକ

0
70

କଟକ: କଟକ ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି। କିଛି ଦିନ ତଳେ ଏକ ନକଲି ତେଲ କାରଖାନା ଠାବ କରାଯାଇଥିବା ବେଳେ ଜଗତପୁର ପୁଲିସ ୭୫୦୦ ବସ୍ତା ନକଲି ସିମେଣ୍ଟ ଜବତ କରିଛି। ଜଗତପୁର ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ୍‌ରୁ ଏହି ନକଲି ସିମେଣ୍ଟ ଜବତ କରାଯାଇଛି। ଚଢ଼ଉ ବେଳେ ପୁଲିସ ବିଭିନ୍ନ ବ୍ରାଣ୍ଡର ତିନି ଶହ ଖାଲି ସିମେଣ୍ଟ ବ୍ୟାଗ୍, ନମୁନା ଓ ଯନ୍ତ୍ରାଂଶକୁ ଜବତ କରିଛି । ଏହି ସିମେଣ୍ଟ ବ୍ୟାଗ୍ ଗୁଡ଼ିକ କେଉଁଠାରେ ତିଆରି ହେଉଛି, ସେନେଇ ପୁଲିସ ଖୋଳତାଡ଼ ଆରମ୍ଭ କରିଛି। ଏହି ଘଟଣାରେ ପୁଲିସ କାରଖାନା ମାଲିକ ଲଳିତ ଜୈନଙ୍କୁ ଗିରଫ କରିଛି। ଗତ ୮-୯ ବର୍ଷ ହେବ ଜଗତପୁର ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟ୍ ଭିତରେ ଏହି ନକଲି ସିମେଣ୍ଟ କାରବାର ଚାଲିଥିଲା ବୋଲି କୁହାଯାଉଛି।

ଉଲ୍ଲେଖଯୋଗ୍ୟ, ଗତ କିଛି ଦିନ ତଳେ ଖାନନଗର ନୂଆସାହିରୁ ଏକ ନକଲି ସୋରିଷ ତେଲ କାରଖାନା ଠାବ କରାଯାଇଥିଲା। ସେଠାରୁ ପୁଲିସ ଡବଲ ହିରଣ ବ୍ରାଣ୍ଡ ଲେଖାଥିବା ବଡ଼ ବଡ଼ ବୋତଲ ସମେତ ନକଲି ତେଲ ଜବତ କରାଯାଇଥିଲା। ସେହିପରି ଏହା ପୂର୍ବରୁ କଟକରୁ ନକଲି ଘିଅ, ଓ ଜର୍ଦ୍ଦା କାରଖାନା ଠାବ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here