ମୋବାଇଲ ସିମ୍ ପ।ଇଁ ଆଧାରକ।ର୍ଡ ଜରୁରୀ ନୁହଁ

0
111

ନୂଆଦିଲ୍ଲୀ-ଯେଉଁ ମୋବାଇଲ ଉପଭୋକ୍ତା ମ।ନେ ବିନ। ଆଧାର ରେ ସିମ୍ କିଣିପ।ରୁନ।ହ।ନ୍ତି । କିମ୍ବା ବବ୍ୟହ।ର କରିବା ରେ କୋୖଣସି ଆଇନ ଗତ ବ।ଧ। ସୃଷ୍ଟି ହେଉଛି ।

  ସେମାନଙ୍କ ପାଇଁ ଖୁସି ଖବର । ସରକ।ର ନିର୍ଦ୍ଦେଶ ଜାରି କରି କହିଛନ୍ତି କି ସିମ କିଣିବା ଗ୍ରାହାକଙ୍କ ପାଇଁ ଆଧାର କାର୍ଡ ଜରୁରୀ ନୁହଁ । ତେବେ ଆପଣଙ୍କ ପାଖରେ ଆଧାର କାର୍ଡ ନଥିଲେ ମଧ୍ୟ ଆପଣ ସିମ୍ କିଣି ପାରିବେ । 

ସିମ୍ ପାଇଁ ଆଉ ଆଧାର ନମ୍ବର ଦେବାକୁ ବାଧ୍ୟ କରାଯାଇପାରିବ ନାହିଁ । ଆପଣଙ୍କ ପାଖରେ ଡ୍ରାଇଭିଙ୍ଗ୍ ଲାଇସେନ୍ସ କିମ୍ବା ଭୋଟର୍ ଆଡିକାର୍ଡ ଥିଲେ ମଧ୍ୟ ଆପଣ ମୋବାଇଲ ସିମ୍ କିଣି ପାରିବେ । ସରକାର ଟେଲିକମ୍ ଅପରେଟର୍ସମାନଙ୍କୁ ଏଭଳି ନିର୍ଦେଶ ଦେଇଛନ୍ତି । ବିନା ଆଧାର ନମ୍ବରରେ ଗ୍ରାହକମାନଙ୍କ ପାଖେ ଏହି ଡକୁମେଂଟସ୍ ଥିଲେ ମଧ୍ୟ ସେମାନଙ୍କୁ ଟେଲିକମ୍ ଅପରେଟର୍ସମାନେ ସିମ୍ ବିକ୍ରି କରିବାକୁ ମନା କରିପାରିବେ ନାହିଁ । 

ଆଧାର ନମ୍ବର ଦୋକାନୀମାନଙ୍କୁ ଦେବାକୁ କିଛିି ଗ୍ରାହକ ଚାହୁଁନଥିବାରୁ ସରକାର ଏଭଳି ନିର୍ଦେଶ ଜାରି କରିଛନ୍ତି । ଉପଭୋକ୍ତାମାନେ କୌଣସି ଅସୁବିଧାର ସମ୍ମୁଖୀନ ନହେବା ପାଇଁ ତୁରନ୍ତ ମୋବାଇଲ କଂପାନିମାନେ ଏହି ନିର୍ଦେଶକୁ ମାନିବାକୁ କୁହାଯାଇଛି ।

 ସୁପ୍ରିମକୋର୍ଟ ପୂର୍ବରୁ ମଧ୍ୟ ସଫା ସଫା କହିଛନ୍ତି ଯେ ସିମ୍ କାର୍ଡ ପାଇଁ ଆଧାରକୁ ବାଧ୍ୟତାମୂଳକ କରାଯିବା ଉଚିତ ନୁହେଁ ଏବଂ ଏହାର ବିକଳ୍ପ ମଧ୍ୟ ଉପଭୋକ୍ତାମାନଙ୍କ ପାଇଁ ରହିବା ଆବଶ୍ୟକ ।

LEAVE A REPLY

Please enter your comment!
Please enter your name here