ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ଘଣ୍ଟାଏ ପୁରିନି କହିଲେ ‘କଠୁଆ ଦୁଷ୍କର୍ମ ଏକ ଛୋଟିଆ ଘଟଣା ମାତ୍ର’

0
255

ଜମ୍ମୁ : କଠୁଆ ନାବାଳିକା ଦୁଷ୍କର୍ମ ଏବଂ ହତ୍ୟା ଘଟଣାକୁ ‘ଏକ ଛୋଟିଆ ଘଟଣା ମାତ୍ର’ ବୋଲି କହିଛନ୍ତି ଜାମ୍ମୁକାଶ୍ମୀର ନବ ନିଯୁକ୍ତ ଉପମୁଖ୍ୟମନ୍ତ୍ରୀ କବିନ୍ଦ୍ର ଗୁପ୍ତା । ଶପଥ ନେବାର ଘଣ୍ଟାଏ ପୁରିନି ଏଭଳି ବିବାଦୀୟ ମନ୍ତବ୍ୟ ଦେଇ ଉପମୁଖ୍ୟମନ୍ତ୍ରୀ ଅଡୁଆରେ ପଡିଛନ୍ତି । ଜାମ୍ମୁକାଶ୍ମୀରରେ ପିଡ଼ିପି-ବିଜେପି ମେଣ୍ଟ ସରକାରର ଆଜି ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହୋଇଥିଲା । ଏଥିରେ କବିନ୍ଦ୍ର ଉପମୁଖ୍ୟମନ୍ତ୍ରୀ ଭାବେ ହେମବୁବା ମୁଫ୍ତି ମନ୍ତ୍ରିମଣ୍ଡରେ ସାମିଲ ହୋଇଛନ୍ତି । କବିନ୍ଦ୍ର ଜାମ୍ମୁକାଶ୍ମୀର ବିଜେପିର ବରିଷ୍ଠ ନେତା । ଏହାପୂର୍ବରୁ କଠୁଆ ଦୁଷ୍କର୍ମ ଘଟଣା ଅଭିଯୁକ୍ତଙ୍କ ସପକ୍ଷରେ ଅନୁଷ୍ଠିତ ଶୋଭାଯାତ୍ରାରେ ବିଜେପିର ଦୁଇ ଜଣ ମନ୍ତ୍ରୀ ସାମିଲରେ ଘୋର ବିରୋଧ ହେବାରୁ ସେମାନେ ମନ୍ତ୍ରୀମଣ୍ଡଳରୁ ବିଦା ହୋଇଥିଲେ ।

LEAVE A REPLY

Please enter your comment!
Please enter your name here