ବେତନଟୀ କଲେଜରେ ଏକ ବହୁମୁଖୀ ପ୍ରେକ୍ଷାଳୟକୁ ଉଦଘାଟନ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

0
75

୫୧ ଲକ୍ଷ ଟଙ୍କା ବ୍ୟୟରେ ୨୫୦ ଆସନ ବିଶିଷ୍ଟ ଏହି ଶୀତତାପ ନିୟନ୍ତ୍ରିତ ପ୍ରେକ୍ଷାଳୟ ଓଏନଜିସି ଦ୍ୱାରା ନିର୍ମିତ
ବେତନଟୀ/ଭୁବନେଶ୍ୱର, ୩୦/୦୪/୨୦୧୮ (ଓଡ଼ିଶା ସମାଚାର)-ମୟୁରଭଂଜ ଜିଲ୍ଲା ବେତନଟୀ କଲେଜରେ ଏକ ବହୁମୁଖୀ ପ୍ରେକ୍ଷାଳୟକୁ ଉଦଘାଟନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଷ୍ଟ୍ରାୟତ ତୈଳ ଉଦ୍ୟୋଗ ଓଏନଜିସିର ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମରେ ୫୧ ଲକ୍ଷ ଟଙ୍କା ବ୍ୟୟରେ ୨୫୦ ଆସନ ବିଶିଷ୍ଟ ଏହି ଶୀତତାପ ନିୟନ୍ତ୍ରିତ ପ୍ରେକ୍ଷାଳୟ ତିଆରି ହୋଇଛି । ଏହି ଅବସରରେ ଛାତ୍ରୀ ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ସମାଜରେ ଛୋଟ ଝିଅଙ୍କୁ ମଧ୍ୟ ଅସଦାଚରଣ ଓ ହତ୍ୟା ପରି କିମ୍ଭୁତକିମ୍ଭାକାର ଘଟଣା ଦେଖିବାକୁ ମିଳୁଛି ।

ମାତ୍ର ବେତନଟୀ କଲେଜ ସମାଜକୁ ସମ୍ଭାଳିବାର ଏକ କେନ୍ଦ୍ର ହେଉ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତିା ଶ୍ରୀ ପ୍ରଧାନ କହିଛନ୍ତି ଯେ ମୟୁରଭଂଜ ରାଜ୍ୟରେ ସବୁବେଳେ ସଂସ୍କୃତି, ସଂସ୍କାର, ଜୀବନଶୈଳୀ, ମର୍ଯ୍ୟାଦା ତଥା ଅର୍ଥନୀତି କ୍ଷେତ୍ରରେ ଆଗୁଆ ରହିଛି । ମୟୁରଭଂଜ ସବୁବେଳେ ରାଜ୍ୟରେ ପ୍ରେରଣାର କେନ୍ଦ୍ର ହୋଇ ରହିଛି । ବେତନଟୀ ପରି କଲେଜରେ ସାଧାରଣ ପରିବାରର ଓଡିଆ ପିଲା ମାନେ ପାଠ ପଢୁଛନ୍ତି । ଯାହା ପାଖରେ ଅଧିକ ପଇସା ଅଛି ସେମାନେ ବେସରକାରୀ ଶିକ୍ଷା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ରଘୁନାଥ ମୁର୍ମୁଙ୍କ ଜନ୍ମର ପୂର୍ବ ସଂଧ୍ୟାରେ ଏହି କଲେଜ ଏକ ମଣିଷ ତିଆରି କାରଖାନାର ମାନ୍ୟତା ପାଉ ବୋଲି ଶ୍ରୀ ପ୍ରଧାନ ଆଶା ବ୍ୟକ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here