ଡାକ୍ତରଖାନାରେ ମୁଷା ଖାଇଗଲା ରୋଗୀର ଆଖିକୁ !

0
60

ମୁମ୍ବାଇ:ମୁମ୍ବାଇର ପୂର୍ବ ଜୋଗେଶ୍ଵରୀ ସ୍ଥିତ ବାଲାସାହେବ ଠାକରେ ଟ୍ରମା କେୟାର ହସ୍ପିଟାଲରେ ମୁଷାମାନଙ୍କ ଦ୍ଵାରା କୋମାରେ ଥିବା ରୋଗୀର ଆଖିକୁ ଖାଇଯିବାର ଏକ ଅଜବ ମାମଲା ସାମନାକୁ ଆସିଛି। ଟିଓଆଇ ମୁତାବକ ୨୭ ବର୍ଷୀୟ କୋମାର ରୋଗୀର ପରିବାର ଲୋକେ ଆରୋପ ଲଗାଇଥିଲେ କି ରୋଗୀର ଡାହାଣପଟ ଆଖିକୁ ମୁଷାମାନେ ଖାଇଯାଇଛନ୍ତି। ସେଠାରେ ହସ୍ପିଟାଲ ରୋଗୀର ପରିବାରର ଆରୋପକୁ ସିଧାସିଧା ଖାରଜ କରିଛନ୍ତି ଏବଂ କହିଛନ୍ତିକି ଏକ ଷଡ଼ଯନ୍ତ୍ର ଅନୁଯାୟୀ ଏମିତି କରାଯାଉଛି। ହସ୍ପିଟାଲର ମେଡିକାଲ ସୁପରିଟେଣ୍ଡେଣ୍ଟ ଡ।. ଏଚ ଭାବା କହିଛନ୍ତି ଯେ ହସ୍ପିଟାଲର ଛବି ଖରାପ କରିବା ପାଇଁ ଏମିତି କରାଯାଉଛି।

ରିପୋର୍ଟ୍ସ ମୁତାବକ ଠାଣେରେ ରହୁଥିବା ୨୭ ବର୍ଷୀୟ ପରମିନ୍ଦର ଗୁପ୍ତା ନିକଟରେ ହୋଇଥିବା ଏକ ସର୍ଜରୀ ସମୟରେ କୋମାରେ ଚାଲିଯାଇଥିଲେ। ଅବଶ୍ୟ, କିଛି ଦିନ ପୂର୍ବରୁ ପରମିନ୍ଦର ନିଜର ବାଇକରୁ ପଡ଼ିଯାଇଥିଲେ, ଯାହା ପରେ ତାଙ୍କର ମୁଣ୍ଡର ଦକ୍ଷୀଣ ପାର୍ଶ୍ୱରେ ଆଘାତ ଆସିବାରୁ ପୁଲିଯାଇଥିଲା। ତାଙ୍କୁ ଠାଣେର ଏକ ପ୍ରାଇଭେଟ ହସ୍ପିଟାଲ ହାଇଲ୍ୟାଣ୍ଡ ନିଆଯାଇଥିଲା ଯେଉଁଠାରେ ଜାକ୍ତରମାନେ ସିଟି ସ୍କାନ ଏବଂ ଏମଆରଆଇ କରାଇବାକୁ ଆଦେଶ ଦେଇଥିଲେ। କିନ୍ତୁ ଟେଷ୍ଟ ସମୟରେହିଁ ପରମିନ୍ଦର ବେହୋସ ହୋଇପଡ଼ିଯାଇଥିଲେ। ହସ୍ପିଟାଲର ଡାକ୍ତରମାନେ ତାଙ୍କର ମୁଣ୍ଡରେ ବ୍ଲଡ କ୍ଲଟ ହେବାର କଥା କହିଥିଲେ

LEAVE A REPLY

Please enter your comment!
Please enter your name here