କଲେଜ ଛାତ୍ରୀଙ୍କୁ ଅପହରଣ, ଦୁଷ୍କର୍ମ ଓ ପରେପରେ ଘରୋଇ ଡାକ୍ତରଖାନାରେ ଚିକିତ୍ସା

0
88

ଯାଜପୁର-ଚଣ୍ଡିଖୋଲ କଲେଜ ସମ୍ମୁଖରୁ ଜଣେ କଲେଜ ଛାତ୍ରୀକୁ ୩ ଜଣ ଯୁବକ ଅପହରଣ କରି ନେଇ ଦୁଷ୍କର୍ମ କରିଥିବା ଘଟଣା ସମଗ୍ର ବଡଚଣା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଘଟଣା ପରେ କଲେଜ ଛାତ୍ରୀ ଜଣକ ଗୁରୁତର ହୋଇ ପଡିବାରୁ ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ଜଣାପଡିଛି। ତେବେ ଘଟଣା ନେଇ ଅଦ୍ୟାବଧି ପୀଡ଼ିତାଙ୍କ ପରିବାର ପକ୍ଷରୁ ପୋଲିସରେ କୌଣସି ଅଭିଯୋଗ ହୋଇ ନାହିଁ। ଏ ସମ୍ପର୍କରେ ସଂପୃକ୍ତ କଲେଜ ଅଧ୍ୟକ୍ଷଙ୍କୁ ପଚାରିବାରୁ ଏପରି ଘଟଣା ଘଟିଥିବା ସେ ଶୁଣିଥିଲେ ମଧ୍ୟ ପୀଡ଼ିତା ଜଣକ କଲେଜ ବାହାରେ ମେସରେ ରହୁଥିବାରୁ ସେ ସବିଶେଷ ତଥ୍ୟ ନେଇ ଅବଗତ ହୋଇ ନଥିବା କହିଥିଲେ। ଏପରି ଅଭାବନୀୟ ଘଟଣା ସମ୍ପର୍କରେ ଜଣାପଡିବାରୁ ସାଧାରଣରେ ଆଲୋଡନ ସୃଷ୍ଟି ହୋଇଛି। ଏଥିନେଇ ପୋଲିସ ନିଜ ପକ୍ଷରୁ ମାମଲା ରୁଜୁ କରି ଘଟଣାର ପର୍ଦ୍ଦାଫାସ କରିବା ସହ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହୋଇଛି। ପ୍ରେମ ସଂପର୍କକୁ ନେଇ ଏପରି ଘଟଣା ଘଟିଥିଲା ବେଳେ ଛାତ୍ରୀ ଜଣକୁ ଭଲ ପାଉଥିବା ପ୍ରେମିକ ଅନ୍ୟ ଦୁଇ ସହଯୋଗୀଙ୍କ ଦ୍ୱାରା ଏପରି ଜଘନ୍ୟ କାଣ୍ଡ ଘଟାଇଥିବା ବିଶ୍ୱସ୍ତ ସୁତ୍ରରୁ ଜଣାପଡିଛି।

LEAVE A REPLY

Please enter your comment!
Please enter your name here