ପରମାଣୁ ଓ କ୍ଷେପଣାସ୍ତ୍ର ପରୀକ୍ଷା ଅଟକ ରଖିଲା ଉତ୍ତର କୋରିଆ

0
51

ପ୍ୟୋଙ୍ଗ୍‌ୟାଙ୍ଗ୍‌: ଦକ୍ଷିଣ କୋରିଆ ଓ ସଂଯୁକ୍ତ ରାଷ୍ଟ୍ର ଆମେରିକା ସହ କଥା ହେବା ପୂର୍ବରୁ ଉତ୍ତର କୋରିଆ ପରମାଣୁ ଓ ଦ୍ରୁତଗାମୀ କ୍ଷେପଣାସ୍ତ୍ର ପରୀକ୍ଷା କରିବ ନାହିଁ ବୋଲି ଶନିବାର କିମ୍‌ ଜଙ୍ଗ୍‌ ଉନ୍‌ ପ୍ରକାଶ କରିଛନ୍ତି। ପରମାଣୁ ଯୁଦ୍ଧର ଧମକ ଓ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ରର ପରୀକ୍ଷଣ କରି ଦୁନିଆକୁ ଡରାଉଥିବା କିମ୍‌ ଏବେ କିଛି ଦିନ ହେବ ଶାନ୍ତ ଜଣାପଡୁଛନ୍ତି। ତେବେ କିମ୍‌ଙ୍କର ଏହି ନିଷ୍ପତ୍ତି ବିଶ୍ୱ ପାଇଁ ଏକ ଖୁସି ଖବର ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ଦେଶର ହିତ ଉଦ୍ଦେଶ୍ୟରେ କିମ୍‌ ଏପରି ନିଷ୍ପତ୍ତି ନେଇଥିବା ଆଲୋଚନା ହେଉଛି। ପୁଣି କିଛିଦିନ ମଧ୍ୟରେ କିମ୍‌ ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କ ସହ ସାକ୍ଷାତକାର କାର୍ଯ୍ୟକ୍ରମ ରହିଥିବାରୁ ସେ ଏପରି ଏକ ନିଷ୍ପତ୍ତି ନେଇଥିବା କୁହାଯାଉଛି।

LEAVE A REPLY

Please enter your comment!
Please enter your name here