ସାଙ୍ଗମାନଙ୍କୁ ଖୁସି କରିବାକୁ ଝିଅକୁ ଉପହାର ଦେଲେ ବାପା

0
121

ଲକ୍ଷ୍ନୌ: ଲକ୍ଷ୍ନୌରୁ ୭୦ କିଲୋମିଟର ଦୂର ସୀତାପୁର ଜିଲାରେ ଘଟିଛି ଏକ ଏପରି ଘଟଣା। ନିଜର ସାଙ୍ଗମାନଙ୍କୁ ଖୁସି କରିବାକୁ ଯାଇ ଉପହାର ଭାବେ ବ।ପ। ନିଜ ଝିଅକୁ ଅନ୍ୟକୁ ଦେଇ ଦେଇଛନ୍ତି। ୩୫ ବର୍ଷର ଉକ୍ତ ଯୁବତୀ ଜଣକ ବିବାହିତା ହୋଇଥିବା ବେଳେ ତାଙ୍କର ୧୪ ବର୍ଷର ଏକ ପୁତ୍ର ସନ୍ତାନ ରହିଛି। ସେ ମେଳା ବୁଲିବାକୁ ବାପାଙ୍କ ଘରକୁ ଆସିଥିବା ସମୟରେ ତାଙ୍କ ସାଙ୍ଗରେ ଘଟିଛି ଏହି ଅଘଟଣ। ମେଳାରୁ ତାଙ୍କ ପିତା ଝିଅଙ୍କୁ ଜଣେ ସାଙ୍ଗ ମାନ ସିଂଙ୍କ ସହ ଘରକୁ ପଠାଇ ଦେବାକୁ କହିଥିଲେ। ହେଲେ ମାନ ସିଂ ତାଙ୍କୁ ଘରେ ନ ଛାଡି ଅନ୍ୟ ଜଣେ ସାଙ୍ଗଙ୍କ ଘରକୁ ନେଇ ଯାଇଥିଲେ। ସେଠାରେ ୨ସାଙ୍ଗ ଓ ଯୁବତୀଙ୍କ ପିତା ମିଶି ତାଙ୍କୁ ଦୀର୍ଘ ୧୮ ଘଣ୍ଟା ବଳାତ୍କାର କରିଥିଲେ। ଏକଥା ପୋଲିସରେ ଅଭିଯୋଗ କଲେ ଅବା କାହାକୁ କହିଲେ ତାଙ୍କ ସହ ତାଙ୍କ ପୁଅକୁ ମାରିଦେବାକୁ ମଧ୍ୟ ସେମାନେ ଧମକ ଦେଇଥିଲେ। ପରେ ପୀଡିତା ସବୁକଥା ତାଙ୍କ ମାଆଙ୍କ ଆଗରେ କହିବା ପରେ ଘଟଣା ପଦାକୁ ଆସିଛି। ଏ ସର୍ମ୍ପକରେ ପୀଡିତା ଥାନାରେ ଏତଲା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here