ବିଜେଡିରେ ଯୋଗଦେଲେ ଅବସରପ୍ରାପ୍ତ ଆଇପିଏସ୍‌ ଅଫିସର ଅରୂପ ପଟ୍ଟନାୟକ

0
125

ଭୁବନେଶ୍ୱର,: ଆଜି ବରିଷ୍ଠ ଆଇପିଏସ ଅଫିସର ଅରୂପ ପଟ୍ଟନାୟକ। ବିଜୁ ଜନତା ଦଳରେ ନିଜକୁ ସାମିଲ କରିଛନ୍ତି। ବୁଧବାର ଅପରାହ୍ନରେ ସେ ବିଜୁ ଜନତା ଦଳରେ ବିଧିବଦ୍ଧ ଭ।ବେ ଯୋଗ ଦେଇ ଛନ୍ତି । 
୧୯୭୯ ବ୍ୟାଚର ଆଇପିଏସ ଅଫିସର ଅରୂପ ପ୍ରଥମ ଓ ଏକମାତ୍ର ଓଡ଼ିଆ ଭାବେ ମୁମ୍ବାଇର ୩୬ତମ ପୋଲିସ କମିଶନର ଭାବେ ଦାୟିତ୍ୱ ସମ୍ପାଦନ କରିଥିଲେ। ନିଜର ଦକ୍ଷତା ପାଇଁ ତାଙ୍କୁ ୨୦୦୩ରେ ରାଷ୍ଟ୍ରପତି ପଦକ ପ୍ରଦାନ କରାଯାଇଥିଲା । ୧୯୯୪ରେ ମଧ୍ୟ ସେ ଇଣ୍ଡିଆନ ପୋଲିସ ମେଡାଲ ହାସଲ କରିଥିଲେ । ସେପ୍ଟେମ୍ବର ୩୦ ୨୦୧୫ରେ ସେ ନିଜର ଚାକିରୀ ଜୀବନରୁ ଅବସର ଗ୍ରହଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here