ଆଦର୍ଶ ବିବାହ

0
35

ବରଗଡ଼: ନ। ଅଛି ବର ଘର ତରଫରୁ କିଛି ଦ।ବି ନ। ଅଛି କିଛି ସର୍ତ୍ତ କେବଳ ଦୁଇଟି ଫୁଲମାଳ ବିନିମୟରେ ପରସ୍ପର ବାଛିଥିଲେ ନିଜର ଜୀବନସାଥୀ। ଆଜି ବରଗଡ଼ର ଆମ୍ବେଦକର ଚାରିଟେବୁଲ ଟ୍ରଷ୍ଟ ତରଫରୁ ଏଭଳି ଏକ ଆଦର୍ଶ ଗଣବିବାହ ପର୍ବ ଅନୁଷ୍ଠିତ ହୋଇଥିଲା । ଆମ୍ବେଡ୍‌କରଙ୍କ ଜୟନ୍ତୀ ଅବସରରେ ସ୍ଥାନୀୟ କଲ୍ୟାଣ ମଣ୍ଡପରେ ଆୟୋଜିତ ଏଭଳି ଏକ କାର୍ଯ୍ୟକ୍ରମରେ ୨୦ ଯୋଡି ବରକନ୍ୟାଙ୍କ ବିବାହ ଅନୁଷ୍ଠିତ ହୋଇଥିଲା। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଜିଲ୍ଲ। ତଥା ଜିଲ୍ଲା ବାହାରୁ ବର ଓ କନ୍ୟା ପକ୍ଷ ଲୋକେ ବରଗଡ ଗାନ୍ଧିଛକସ୍ଥିତ କଲ୍ୟାଣ ମଣ୍ଡପରେ ଏକ।ଠି ହୋଇଥିଲେ। ସେଠାରୁ ସୁସଜ୍ଜିତ ରିକ୍ସାରେ ବର, କନ୍ୟାଙ୍କ ସମେତ ବରପିତା, କନ୍ୟାପିତା ଏବଂ ଶୁଭେଚ୍ଛୁମାନେ ସହର ପରିକ୍ରମା କରିଥିଲେ। ପରେ ଶୋଭାଯାତ୍ରାରେ ମଣ୍ଡପକୁ ଆସି ବରକନ୍ୟା ପରସ୍ପରକୁ ଫୁଲମାଳ ବଦଳ କରି ଜୀବନସାଥୀ ରୂପେ ବାଛିଥିଲେ। ସମାଜସେବୀ ତଥା ପରିବେଶବିତ୍‌ ପ୍ରଫୁଲ୍ଲ ସାମନ୍ତରା ଓ ସ୍ତ୍ରୀ ଉଷାରାଣୀ ଆଚାର୍ଯ୍ୟ କନ୍ୟା ପିତାମାତା ଏବଂ ଓବିସି ଏକତା ମଞ୍ଚର ଆବାହକ ବରପାଲି ନିବାସୀ କୌସ୍ତୁଭ ବୁଧିଆ ଓ ସ୍ତ୍ରୀ ସଂଯୁକ୍ତା ବୁଧିଆ ବରପିତା ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ଏହି ଅବସରରେ ଆଦିବାସୀ ନୃତ୍ୟ, ହୁଳହୁଳି, ବାଜା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇ ଏକ ବର୍ଣ୍ଣାଢ଼୍ୟ ସମାରୋହରେ ନବଦମ୍ପତିମାନେ ପ୍ରତିଞା କରିଥିଲେ ।

LEAVE A REPLY

Please enter your comment!
Please enter your name here