ବାସ୍ତୁଶାସ୍ତ୍ର ଅନୁସାରେ ଜାଣନ୍ତୁ ଘରର କେଉଁ ଦିଗରେ ଗଛ ଲଗାଇଲେ ଶୁଭ ହୁଏ ଜାଣନ୍ତୁ

0
140

ଘର ପରିବେଶରେ ଗଛ ଲଗାଇବା ଦ୍ବାରା ଘରର ବାତାବରଣ ଉତ୍ତମ ହୋଇଥାଏ । ଅନେକ ଥର ଗଛ ଲଗାଇବା ବେଳେ ଆମେ ଚିନ୍ତା କରୁ କେଉଁ ଗଛ ଘର ଅଗଣାରେ ଲାଗାଇବା ଦ୍ବାରା ତାହା ଶୁଭ ବା ଅଶୁଭ ହୋଇଥାଏ । ବାସ୍ତୁଶାସ୍ତ୍ର ଅନୁସାରେ ଗଛ ଲାଗଇବା ବେଳେ ଦିଗ ପ୍ରତି ଧ୍ୟାନ ଦେବା ଭୁଲନ୍ତୁ ନାହିଁ । ତେବେ ଆସନ୍ତୁ ଜାଣିବା ବାଡିରେ ବା ଅଗାଣରେ କେଉଁ ଗଛ ଲଗାଇବା ଶୁଭ ।

ଘରେ ବାଉଁଶ ଗଛ ଲଗାଇବା ଦ୍ବାରା ସମୃଦ୍ଧି ଓ ଶୁଭ ଫଳ ମିଳିଥାଏ । ବାସ୍ତୁଶାସ୍ତ୍ର ଅନୁସାରେ ଏହାକୁ ଲଗାଇବା ଦ୍ବାରା ଅଶୁଭ ଶକ୍ତି ଦୂର ହୋଇଥାଏ । ଏଥିପାଇଁ ଛୋଟ ବାଉଁଶ ଗଛ ଘରେ ଲଗାଇ ପାରିବେ ।

ବାସ୍ତୁଶାସ୍ତ୍ର ଅନୁସାରେ କଦଳୀ ଗଛକୁ ଘରର ଉତ୍ତର ବା ପୂର୍ବ ଦିଗରେ ଲଗାଇବା ଶୁଭ ଅଟେ । ଗୁରୁବାର ଦିନ ଭଗବାନ ବିଷ୍ଣୁ ଓ ମା ଲକ୍ଷୀଙ୍କୁ ପୂଜା କରିବା ସହ କଦଳୀ ଗଛକୁ ପୂଜା କରିବା ଦ୍ବାରା ସବୁ ସମସ୍ୟାର ସମାଧାନ ହୋଇଥାଏ ।

ଘରେ ତୁଳସୀ ଗଛ ଲଗାଇବା ଅତ୍ୟନ୍ତ ଶୁଭ ଅଟେ । ବାସ୍ତୁଶାସ୍ତ୍ର ଅନୁସାରେ ଘରେ ଏହାକୁ ଉତ୍ତର କିମ୍ବା ଉତ୍ତର ପୂର୍ବ କିମ୍ବା ପୂର୍ବ ଦିଗରେ ଲଗାଇବା ଅତ୍ୟନ୍ତ ଶୁଭ ଅଟେ । ଏହି ଦିଗରେ ତୁଳସୀ ଗଛ ଲଗାଇବା ଦ୍ବାରା ଘରେ ଶୁଭ ଶକ୍ତି ପ୍ରଭାବ ରହିଥାଏ ।

ଅନ୍ୟ ଏକ ଶୁଭ ଗଛ ହେଲା ମନି ପ୍ଲାଣ୍ଟ । ଏହି ଗଛକୁ ଆପଣ ପୂର୍ବ କିମ୍ବା ଉତ୍ତରଦିଗରେ ଲଗାଇବା ଉଚିତ୍ । ବାସ୍ତୁଶାସ୍ତ୍ର ଅନୁସାରେ ଏହି ଗଛକୁ ଲଗାଇବା ଦ୍ବାରା ଧନ ସମ୍ପତି ସହ ଜଡିତ ଅନେକ ସମସ୍ୟା ଦୂର ହୋଇଥାଏ ।

LEAVE A REPLY

Please enter your comment!
Please enter your name here