ବାଦାମବାଡ଼ି ବସଷ୍ଟାଣ୍ଡକୁ ନେଇ ଜନସ୍ୱାର୍ଥ ମାମଲା

0
70

କଟକ: ବାଦାମବାଡି ବସ୍ଷ୍ଟାଣ୍ଡରେ ଯାତ୍ରୀଙ୍କୁ ଅତ୍ୟାବଶ୍ୟକ ସେବା ଯୋଗାଇବା, ଶୀତତାପ ନିୟନ୍ତ୍ରିତ ରେଷ୍ଟୁରାଣ୍ଟ ସାଙ୍ଗକୁ ଉନ୍ନତଶ୍ରେଣୀର ବିଶ୍ରାମ ଗୃହ ନିର୍ମାଣ ଓ ବସଷ୍ଟାଣ୍ଡ୍ର ନବୀକରଣ ପାଇଁ ରାଜ୍ୟ ସରକାର ୬ କୋଟି ଟଙ୍କା ଅର୍ଥ ମଞ୍ଜୁର କରିଥିଲେ ।
ଯୋଜନା ଅନୁସାରେ ଏହି ଅର୍ଥରେ ବସଷ୍ଟାଣ୍ଡରେ ଉନ୍ନତ ପାର୍କିଂ ବ୍ୟବସ୍ଥା ସହ ଯାତ୍ରୀବିଶ୍ରାମଗାରର ପୁନରୁଦ୍ଧାର କରାଯିବା କଥା । ଏଥିପାଇଁ ସରକାର ପ୍ରଥମ ପର୍ଯ୍ୟାୟରେ ୩ କୋଟି ୩୬ ଲକ୍ଷ ଟଙ୍କା ମଞ୍ଜୁର କରିଥିବା ବେଳେ ଗତ ୨୦୧୭ ନଭେମ୍ବର ୨୫ରେ ଏହାର ଶିଳାନ୍ୟାସ ହୋଇଥିଲା । ରାଜ୍ୟ ପୁଲିସ ହାଉସିଂ କର୍ପୋରେସନ ଏହାର ନିର୍ମାଣ ଦାୟିତ୍ୱ ନେଇଛି । ପ୍ରଥମ ପର୍ଯ୍ୟାୟରେ ବସଷ୍ଟାଣ୍ଡର ଦକ୍ଷିଣପାଶ୍ୱର୍ର ଭେଣ୍ଡିଂ ଜୋନ କାର୍ଯ୍ୟ ଆରମ୍ଭ ହୋଇଛି । ଏହି ସ୍ଥାନରେ ବସ୍ଷ୍ଟାଣ୍ଡର ଯାତ୍ରୀ ପ୍ରତୀକ୍ଷାଳୟ ଥିଲା । ଯାତ୍ରୀଙ୍କ ସ୍ୱାର୍ଥକୁ ଗୁରୁତ୍ୱ ନ ଦେଇ ଏଠାରେ ଭେଣ୍ଡିଂ ଜୋନ୍ ନିର୍ମାଣ କରାଯିବା ଗ୍ରହଣୀୟ ନୁହେଁ । ଯାତ୍ରୀ ପ୍ରତୀକ୍ଷାଳୟକୁ ସଙ୍କୁଚିତ କରି ବ୍ୟବସାୟୀଙ୍କ ପାଇଁ ଦୋକାନ ବ୍ୟବସ୍ଥା ଉପରେ ରହିତାଦେଶ ଜାରି ସହ ଯାତ୍ରୀମାନଙ୍କୁ ଅତ୍ୟାଧୁନିକ ପ୍ରତିକ୍ଷାଳୟ, ଖାରାଦିନେ ସ୍ୱତନ୍ତ୍ର ବ୍ୟବସ୍ଥା, ଟଏଲେଟ୍, ପାନୀୟ ଜଳର ବ୍ୟବସ୍ଥା କରିବ। ଯାତ୍ରୀଙ୍କ ପ୍ରତୀକ୍ଷା ପାଇଁ ରହିଥିବା ସ୍ଥାନରେ ବ୍ୟବସାୟୀଙ୍କ ନିମନ୍ତେ ଦୋକାନ ଘର ନିର୍ମାଣକୁ ବିରୋଧ କରି ଅଭିଜିତ ପତି ଓ ବିଶ୍ୱଜିତ ମଲ୍ଲଙ୍କ ପକ୍ଷରୁ ହାଇକୋର୍ଟରେ ଏକ ଜନସ୍ୱାର୍ଥ ସମ୍ବଳିତ ମାମଲା ରୁଜୁ ହୋଇଛି । ଏଥିରେ ଦର୍ଶାଯାଇଛି ଯେ । କରିବା ପାଇଁ ଅଦାଲତ ନିଦେ୍ର୍ଦଶ ଦେବାକୁ ସେମାନେ ନିବେଦନ କରିଛନ୍ତି । ଏହି ମାମଲାରେ ରାଜ୍ୟ ବାଣିଜ୍ୟ ଓ ପରିବହନ ସଚିବ, ଓଏସଆରଟିସି ଅଧ୍ୟକ୍ଷ, କଟକ ଜିଲ୍ଲାପାଳ, ପୁଲିସ ହାଉସିଂ ବୋର୍ଡ ଓ କଟକ ଡିସିପିଙ୍କୁ ପକ୍ଷଭୁକ୍ତ କରାଯାଇଛି ।

LEAVE A REPLY

Please enter your comment!
Please enter your name here