ଦିନରେ ଜରୀ ର।ତିରେ ଚୋରି

0
93

ତାଳଚେର: ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ରାଜ୍ୟ ବାହାରର ବହୁ ଅପରିଚିତ ବ୍ୟକ୍ତି ବିଭିନ୍ନ ସରକାରୀ ଜାଗାକୁ ଜବରଦଖଲ କରୁଥିଲା ବେଳେ ତାଳଚେରର ଦକ୍ଷିଣ କେନାଲ କଡରେ ଥିବା ଜମିକୁ ବେଆଇନ୍ ଭାବେ ଏହି ଅଣଓଡ଼ିଆ ବ୍ୟକ୍ତିମାନେ ସଂଘବଦ୍ଧ ହୋଇ ଜବରଦଖଲ କରୁଥିବା ଅଭିଯୋଗ ହୋଇଛି । ସେମାନେ ଏହି ଜମି ଉପରେ ବେଆଇନ୍ ଭାବେ ଝୁମ୍ପୁଡି ଘର ନିର୍ମାଣ କରି ସେଠାରେ ଆଧିପତ୍ୟ ବିସ୍ତାର କରୁଛନ୍ତି ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି । ଏହି ଅପରିଚିତ ବ୍ୟକ୍ତିମାନେ ଯାଯାବର ଭାବି ପୁଲିସ ପ୍ରଶାସନ ଏମାନଙ୍କ ଉପରେ କୌଣସି ଦୃଷ୍ଟି ଦେଉନଥିବା ଯୋଗୁ ସେମାନେ ସହଜରେ ପୁଲିସ ଆଖିରେ ଧୂଳି ଦେଇ ବିଭିନ୍ନ ଅପରାଧିକ କାର୍ଯ୍ୟ ସହିତ ଆଇନ୍ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରୁଥିବା କୁହାଯାଉଛି । ତାଳଚେର ଅଞ୍ଚଳରେ ଦିନକୁ ଦିନ ବିପର୍ଯ୍ୟସ୍ତ ହୋଇପଡୁଥିବା ଆଇନ୍ଶୃଙ୍ଖଳାରେ ଏହି ଅପରିଚିତ ବ୍ୟକ୍ତିମାନଙ୍କର ହାତ ଥିବା ସାଧାରଣରେ ଅଭିଯୋଗ ହେଉଛି । ଚୋରି, ଡକାୟତି ଓ ହତ୍ୟାକାଣ୍ଡ କରି ଅପରାଧିକ କାର୍ଯ୍ୟ କରିବା ସହିତ ସହଜରେ ଖସିଯାଉଥିବା ଏହି ବିିଭିନ୍ନ ମହଲରେ ଆଲୋଚନା ହେଉଛି । ସୂଚନାନୁସାରେ ଗତ କିଛିମାସ ତଳେ ତାଳଚେର ଶନିବାର ସାପ୍ତାହିକ ହାଟ ଅଞ୍ଚଳରେ ଏହି ଅପରିଚିତ ବ୍ୟକ୍ତିମାନେ ରହି ଗୁଳିକାଣ୍ଡ କରିବା ସହିତ ଚୋରି ଡକାୟତି କରୁଥିବାର ଅଭିଯୋଗରେ ଟାଉନ୍ ପୁଲିସ ସେମାନଙ୍କୁ ସେଠାରୁ ଘଉଡାଇ ଦେଇଥିଲା । ତେବେ ସେମାନେ ପୁଣି କେନାଲ ହୁଡା ଅଞ୍ଚଳରେ ବସ୍ତି ସ୍ଥାପନ କରି ଅପରାଧିକ କାର୍ଯ୍ୟ କରିବାର କାୟା ବିସ୍ତାର କରୁଛନ୍ତି । ତାଳଚେର ସହରର ଏହି ଅଞ୍ଚଳ ଗୁଡ଼ିକରେ ବାହାର ରାଜ୍ୟର ଅନେକ ବ୍ୟକ୍ତି ସରକାରୀ ଜାଗାକୁ କବ୍ଜା କରି ଆଧିପତ୍ୟ ବିସ୍ତାର କରୁଥିଲା ବେଳେ ସାଧାରଣ ରାସ୍ତାକୁ ସଙ୍କୁଚିତ କରୁଛନ୍ତି । ସେଠାରେ ଚୋରା ଲୁହା କାରବାର, ଜରି ଗୋଟାଳି ଏବଂ ଚୋରା ଗଞ୍ଜେଇ କାରବାର ସହ ଅନୈତିକ କାର୍ଯ୍ୟ ହେଉଥିବା ଅଭିଯୋଗ ହେଉଛି । ତାଳଚେର ବାଇପାସ ନିକଟସ୍ଥ କେନାଲ୍ ବନ୍ଧ ରାସ୍ତାର ଉଭୟ ପାଶ୍ୱର୍ରେ ଛତୁ ଫୁଟିଲା ଭଳି ଏହି ଝୁମ୍ପୁଡ଼ି ବସ୍ତି ସ୍ଥାପନ କରିଥିବା ଦେଖିବାକୁ ମିଳିଛି । ଏହି ଅପରିଚିତ ବ୍ୟକ୍ତିମାନେ ଦିନ ବେଳେ ଜରି ଗୋଟାଇବା କାର୍ଯ୍ୟ କରୁଥିଲା ବେଳେ ରାତିରେ ବିଭିନ୍ନ ପ୍ରକାର ଅପରାଧିକ କାର୍ଯ୍ୟରେ ଲିପ୍ତ ରହୁଥିବା ଜଣାପଡ଼ିଛି । ତୁରନ୍ତ ପୁଲିସ ପ୍ରଶାସନ ପକ୍ଷରୁ ଏହି ଅପରିଚିତ ବ୍ୟକ୍ତିମାନଙ୍କୁ ଉଚ୍ଛେଦ କରାନଗଲେ ଆଗାମୀ ଦିନରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ ବୋଲି ସାଧାରଣରେ ଆଲୋଚନା ହେଉଛି ।

LEAVE A REPLY

Please enter your comment!
Please enter your name here