ଉନ୍ନାବ ଗଣବଳାତ୍କାର: ଭାଜପା ବିଧାୟକଙ୍କ ନାଁରେ ଏଫ୍‌ଆଇଆର୍‌

0
96

ଲକ୍ଷ୍ନୌ: ଉନ୍ନାବ ଗଣବଳାତ୍କାରର ଅଭିଯୁକ୍ତ କୁହାଯାଉଥିବା ଭାଜପା ବିଧାୟକ କୁଲ୍‌ଦୀପ ସିଂହ ସେଂଗରଙ୍କ ନାଁରେ ଶେଷରେ ଏଫ୍‌ଆଇଆର୍‌ ଦାଖଲ କରାଯାଇଛି। ବୁଧବାର ବିଳମ୍ବିତ ରାତିରେ ଅଭିଯୁକ୍ତ ବିଧାୟକଙ୍କ ନାଁରେ ମାଖି ଥାନାରେ ଆଇପିସି ଧାରା ୩୬୩, ୩୬୬, ୩୭୬ ଓ ପେକ୍ସୋ ଆଇନ ଆଧାରରେ ମାମଲା ରୁଜୁ କରାଯାଇଛି। ଏହାସହ ଉତ୍ତର ପ୍ରଦେଶ ସରକାର ଉକ୍ତ ମାମଲାର ସିବିଆଇ ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ଗୃହ ବିଭାଗ ପୀଡିତାଙ୍କ ପିତାଙ୍କ ମୃତ୍ୟୁର ସିବିଆଇ ତଦନ୍ତ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ଉନ୍ନା ଜିଲା ଚିକିତ୍ସାଳୟର ୨ ଜଣ ଡାକ୍ତରଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି। ଏହାସହ ଜେଲ ଚିକିତ୍ସାଳୟରେ ଥିବା ୩ ଜଣ ଡାକ୍ତରଙ୍କ ଉପରେ ବେପରୁଆ ଚିକିତ୍ସା ଅଭିଯୋଗ ମଧ୍ୟ ହୋଇଛି।

LEAVE A REPLY

Please enter your comment!
Please enter your name here