ଖାଦ୍ୟରେ ସାମିଲ କରନ୍ତୁ “ବ୍ରୋକଲି” ଏବଂ ଅନେକ ସମସ୍ୟାରୁ ମୁକ୍ତି ପାଆନ୍ତୁ !

0
106

ସାଧାରଣତଃ  ସମସ୍ତେ ସୁସ୍ଥ ରହିବାକୁ ଚାହିଁଥାନ୍ତି। “ବ୍ରୋକଲି” ଶରୀରଉପରେ ଅନେକ ପ୍ରଭାବ ପକେଇଥାଏ। ଏହା ଶରୀର ପାଇଁ ବେଶ ଲାଭଦାୟକ ଅଟେ। ଏହାକୁ ଖାଦ୍ୟରେ ସାମିଲ କଲେ ଏହା ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ।

ବ୍ରୋକଲି ଖାଇଲେ କୋଲେଷ୍ଟ୍ରଲ କମାଇବାରେ ସାହାଯ୍ୟ କରିଥାଏ। ଏହା ଫାଇବର ବା ତନ୍ତୁ ଜାତୀୟ ଖାଦ୍ୟ ହୋଇଥିବାରୁ ଶରୀରରେ ୬ ପ୍ରତିଶତ କୋଲେଷ୍ଟରଲ କମାଇବାରେ ବ୍ରୋକଲି ସାହାଯ୍ୟ କରିଥାଏ।ହାର୍ଟ ପାଇଁ ବ୍ରୋକଲି ସେବନ ଭଲ ବୋଲି ଗବେଷଣାରୁ ଜଣା ପଡିଛି। କାରଣ ଏହା ଶରୀରରେ ଥିବା ବ୍ୟାଡ କୋଲେଷ୍ଟରଲକୁ କମାଇବା ସହ ନଷ୍ଟ ହୋଇଯାଇଥିବା ରକ୍ତବାହୀନଳୀକୁ ଠିକ୍‌ କରିଥାଏ।ବ୍ରୋକଲି କୋଷ୍ଠକାଠିନ୍ୟ ସମସ୍ୟାକୁ ଠିକ୍‌ କରିବା ସହ ଶରୀରରେ ରକ୍ତ ଶର୍କରା ପରିମାଣକୁ ମଧ୍ୟ କମ କରିଥାଏ। ଏହା ଶରୀରର ଓଜନ କମାଇବାରେ ସାହାଯ୍ୟ କରିଥାଏ।ବ୍ରୋକଲି ଆଣ୍ଟିଅକ୍ସିଡାଣ୍ଟ ଓ ଭିଟାମିନ-ସି’ର ଷ୍ଟୋର ହାଉସ୍‌ ହୋଇଥିବାରୁ ଏହା ଚର୍ମରେ ହେଉଥିବା ସଂକ୍ରମଣକୁ ରୋକିବାରେ ସହାୟକ ହୋଇଥାଏ। ଏହାଛଡା ତ୍ୱଚାରେ ଚମକ ଆଣିଥାଏ।ହଜମ ପ୍ରକ୍ରିୟାରେ ଥିବା ବଜର୍‌ୟବସ୍ତୁ ନିର୍ଗତ କରିବାରେ ବ୍ରୋକଲି ବେଶ ସହାୟକ ହୋଇଥାଏ।ବ୍ରୋକଲିରେ ବିଟାକାରୋଟିନ୍‌, ଭିଟାମିନ-ଏ, ଫସଫରସ୍‌ ଭିଟାମିନ-ବି,ସି ଓ ଇ ଭରପୁର ପରିମାଣରେ ଥିବାରୁ ଏହା ଆଖି ସମସ୍ୟାରୁ ମୁକ୍ତି ଦେଇଥାଏ।ବ୍ରୋକଲି କ୍ୟାନସର ଭଳି ମାରାତ୍ମକ ବ୍ୟାଧିଠାରୁ ଆମକୁ ଦୂରେଇ ରଖିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। କୋବି ଜାତୀୟ ଏହି ପରିବାରେ କ୍ୟାନସର ସହ ଲଢିବାର ଗୁଣ ରହିଛି। ଏହାର ସେବନରେ ଶରୀରରେ ରୋଗପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ହୋଇଥାଏ। ବ୍ରୋକଲି ବିଶେଷ କରି ସ୍ତନ କର୍କଟ ଓ ଜରାୟୁ କର୍କଟଠାରୁ ଦୂରେଇ ରଖିଥାଏ।

LEAVE A REPLY

Please enter your comment!
Please enter your name here