ଇସ୍ରୋ ଉତ୍‌କ୍ଷେପଣ କଲା ନାଭିଗେଶନ ସାଟେଲାଇଟ୍‌

0
90

ନୂଆଦିଲ୍ଲୀ: ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ(ଇସ୍ରୋ) ଆଜି ସକାଳ ୪ଟା ୪ ମିନିଟ୍‌ ସମୟରେ ଆଇଆର୍‌ଏନ୍‌ଏସ୍‌ଏସ୍‌-୧ଆଇ ନାଭିଗେଶନ ସାଟେଲାଇଟ୍‌କୁ ସଫଳତାର ସହ ଉତ୍‌କ୍ଷେପଣ କରିଛି। ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ଅନ୍ତରୀକ୍ଷ କେନ୍ଦ୍ରରୁ ଏହି ସାଟେଲାଇଟ୍‌ ଉତ୍‌କ୍ଷେପଣ କରାଯାଇଥିବ। ସୂଚନା ମିଳିଛି । ସୂଚନ।ମୁତାବକ ଏହି ଉପଗ୍ରହର ଓଜନ ୧,୪୨୫ କିଲୋଗ୍ରାମ ରହିଛି । ଏହା ପୁରୁଣା ଉପଗ୍ରହ ଆଇଆର୍‌ଏନ୍‌ଏସ୍‌ଏସ୍‌-୧-ଏ ପରିବର୍ତ୍ତେ କାର୍ଯ୍ୟ ସମ୍ପାଦନ କରିବ। ଏହା ନାଭିଗେସନ ପେଲୋଡ ଏବଂ ରେଞ୍ଜିଂ ପେଲୋଡ ପରିବହନ କରୁଥିବା ମହାକାଶ ଗବେଷଣା କେନ୍ଦ୍ର ପକ୍ଷରୁ ସୂଚିତ କରାଯାଇଛି। ଏହି ଉପଗ୍ରହ ପାଣିପାଗ ସୂଚନା, ଟ୍ରେନ ଟ୍ରାକିଂ ତଥା ଜଗୁଆଳିବିହୀନ ରେଳ ଫାଟକ ସମ୍ପର୍କରେ ସତର୍କ ସୂଚନା ଦେବା ସହ ଧୀବରମାନଙ୍କ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇପାରିବ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here