ବିଚ୍ ର।ସ୍ତ।ରେ ପ୍ରେମକୁ ନେଇ ସନ୍ଦେହ ।

0
150

ଭୁବନେଶ୍ୱର: ଗତକାଲି ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ଛକରେ ଦେଖିବାକୁ ମିଳିଥିଲା ଏକ ଭିନ୍ନ ଦୃଶ୍ୟ। ପ୍ରେମ ସମ୍ପର୍କକୁ ନେଇ ଦୁଇଜଣ ମଧ୍ୟରେ ସନ୍ଦେହ ସୃଷ୍ଟି ହେବାରୁ ପ୍ରେମୀଯୁଗଳଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ମାରପିଟ୍‌। ଏହାକୁ ନେଇ ଉକ୍ତ ସ୍ଥାନରେ ଭିଡ଼ ଜମିବାରୁ ରାସ୍ତାଜାମ ହୋଇଯାଇଥିଲା। ପୋଲିସ ଉଭୟଙ୍କୁ ନିୟନ୍ତ୍ରଣ କରିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା।
ସନ୍ଧ୍ୟା ପ୍ରାୟ ୬ଟା ହେବ। ପ୍ରେମୀଯୁଗଳ ଦ୍ୱୟ ମାଷ୍ଟରକ୍ୟାଣ୍ଟିନ ଛକରେ ପହଞ୍ଚଥିଲେ। ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଥିବାବେଳେ ହଠାତ୍‌ ପାଟିତୁଣ୍ଡ ହୋଇଥିଲା। ପ୍ରେମିକ ଜଣକ ନିଜ ରାଗ ସମ୍ଭାଳି ନ ପାରି ପ୍ରେମିକାଙ୍କ ଉପରକୁ ହାତ ଉଠାଇ ଦେଇଥିଲେ। ପ୍ରେମିକା ବି ଛାଡ଼ି ନ ଥିଲେ। ଉଭୟଙ୍କ ମଧ୍ୟରେ ମାରପିଟ୍‌ ଆରମ୍ଭ ହୋଇଯାଇଥିଲା। ଦୁଇ ପୁଅଝିଅଙ୍କ ମଧ୍ୟରେ ଏଭଳି ମାରପିଟ୍‌ ଦେଖିବାକୁ ଲୋକଙ୍କ ଭିଡ଼ ବି ଜମିଥିଲା। ଉପସ୍ଥିତ ଲୋକ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ନ ଥିଲେ। ପରେ ପିସିଆରକୁ ଫୋନ କରାଯାଇଥିଲା। ଖାରବେଳନଗର ପୋଲିସ ଉଭୟଙ୍କୁ ଥାନାକୁ ନେଇଯ।ଇଥିଲେ

LEAVE A REPLY

Please enter your comment!
Please enter your name here