ରାହୁଲ ତଡ଼ିଲେ ପ୍ରସାଦ ପାଖରେ ବସାଇଲେ

0
454

ଭୁବନେଶ୍ୱର : ଦିନ କୁ ଦିନ ଦେଶ ରେ ଅଶ।ନ୍ତି ବ।ତ।ବରଣ ସୃଷ୍ଟି ହେଉଥିବା ପରିଲକ୍ଷିତ ହେଉଥିବା ବେଳେ ।ଦେଶରେ ଶାନ୍ତି ଓ ସୌହାର୍ଦ୍ଧ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି ପାଇଁ ଅଖିଳ ଭାରତୀୟ କଂଗ୍ରେସ ଦଳ ପକ୍ଷରୁ ସାରା ଦେଶରେ ଉପବାସ ବ୍ରତ ପାଳନ କରିଥିଲା । ଦିଲ୍ଲୀରେ ରାଜଘାଟ ଠାରେ ରାହୁଲଙ୍କ ନେତୃତ୍ୱରେ ଉପବାସ ବ୍ରତ ରଖିଥିଲେ ବରିଷ୍ଠ କଂଗ୍ରେସ ନେତା  । ତେବେ ଗୋଟିଏ ପଟେ ଉପବାସ ରଖିବା ପୂର୍ବରୁ କେତେକ କଂଗ୍ରେସ ନେତା ସୋଲେ ଭତୁରେ ଖାଉଥିବାର ଦୃଶ୍ୟ ଭାଇରାଲ୍ ହୋଇଥିବାବେଳେ ରାହୁଲ କିନ୍ତୁ ସମସ୍ତଙ୍କୁ ଚକମା ଦେଇଥିଲେ  । ରାଜଘାଟ ମଂଚ ଉପରକୁ ଯିବା ପୂର୍ବରୁ ସେ ଟାଇଟଲରଙ୍କୁ ହଟାଇ ଦେବାକୁ କହିଥିଲେ  । ଏପଟେ ଓଡିଶାରେ ପିସିସି ପକ୍ଷରୁ ହୋଇଥିବା ଉପବାସ ବ୍ରତ ପାଳନ ଅବସରରେ ବରିଷ୍ଠ ନେତାମାନଙ୍କ ସହ ବାପି ସର୍ଖେଲ ଓ ରାଜକିଶୋରଙ୍କ ଭଳି କେତେକ ନେତା ବସିଥିବା ଦେଖିବାକୁ ମିଳିଥିଲା  । ଟାଇଟଲରଙ୍କ ପ୍ରସଙ୍ଗରେ ଦିଲ୍ଲୀରେ ଚର୍ଚ୍ଚା ଆରମ୍ଭ ହୋଇଥିବାବେଳେ ବାପି ସର୍ଖେଲ ଓ ରାଜକିଶୋରଙ୍କୁ ଧରି ପ୍ରସାଦ କିଭଳି ଉପବାସ ବ୍ରତ ରଖିଲେ ବୋଲି ଉପକୂଳର ଜଣେ ବରିଷ୍ଠ କଂଗ୍ରେସ ନେତା ପ୍ରଶ୍ନ କରିଛନ୍ତି ।

କଂଗ୍ରେସର ଉପବାସ ବ୍ରତ ପାଳନ ପୂର୍ବରୁ ରାଜଘାଟ ମଂଚ ଉପରୁ ଟାଇଟଲରଙ୍କୁ ତଡ଼ି  ଏଆଇସିସି ସଭାପତି ରାହୁଲ ଗାନ୍ଧୀ ସମସ୍ତଙ୍କୁ ଚକିତ କରିଦେଇଥିବାବେଳେ ମାଷ୍ଟରକ୍ୟାଂଟିନ ଛକରେ କିନ୍ତୁ ବାପି ସର୍ଖେଲଙ୍କୁ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ନିକଟରେ ବସିଥିବା ଦେଖିବାକୁ ମିଳିଥିଲା  । ଯାହାକୁ ନେଇ କଂଗ୍ରେସରେ ଚର୍ଚ୍ଚା ଆରମ୍ଭ ହୋଇଥିବାବେଳେ ହାଇକମାଣ୍ଡଙ୍କ ନିକଟକୁ ଫଟୋ ଓ ଭିଡ଼ିଓ ମଧ୍ୟ ପଠା ଯାଇସାରିଛି  । ଅପରପକ୍ଷରେ ଫଟୋ ଓ ଭିଡ଼ିଓ ଦେଖିବା ପରେ ରାହୁଲ କ୍ଷୁବ୍ଧ ଥିବା ଜଣେ ବରିଷ୍ଠ କଂଗ୍ରେସ ନେତା ପ୍ରକାଶ କରିଛନ୍ତି  ।

  ଶିଖ୍ ଦଙ୍ଗା ମାମଲାରେ ଟ।ଇଟଲର ଜଡ଼ିତ ଥିବାରୁ ରାହୁଲ ଏଭଳି ନିଷ୍ପତି ନେଇଥିଲେ  । ଦିଲ୍ଲୀ ପିସିସି ସଭାପତି ଅଜୟ ମାକେନ ଟାଇଟଲରଙ୍କୁ ରାହୁଲଙ୍କ ନିଷ୍ପତି ସମ୍ପର୍କରେ ଅବଗତ କରାଇବା ପରେ ଟାଇଟଲର ମଂଚ ଛାଡ଼ି ପଳାଇ ଯାଇଥିଲେ  । ଧିରେଧିରେ କଂଗ୍ରେସ ନିଜର ଭାବମୂର୍ତି ସଜାଡ଼ିବାରେ ଲାଗିଛି ବୋଲି ଦିଲ୍ଲୀ ମହଲରେ ଚର୍ଚ୍ଚା ହେଉଛି  ।

ଏପଟେ ବିରୋଧ କରିଥିବା କଂଗ୍ରେସ ନେତା ଜଣଙ୍କ କହିଛନ୍ତି । ପାରାଦୀପର ମହେନ୍ଦ୍ର ସ୍ୱାଇଁ ହତ୍ୟାକାଣ୍ଡ ଘଟଣାରେ ବାପି ସର୍ଖେଲ ଯୋଡ଼ି ହୋଇଯାଇଛନ୍ତି  । ତାଙ୍କୁ ପୁଲିସ ଗିରଫ ମଧ୍ୟ କରିଥିଲା  । ୨୦୧୬ ନଭେମ୍ବରରେ ପୁଲିସ ତାଙ୍କୁ ଗିରଫ କରିଥିବାବେଳେ ଗତବର୍ଷ ଅଗଷ୍ଟରେ ହାଇକୋର୍ଟ ତାଙ୍କୁ ଜାମିନ୍ ଦେଇଥିଲେ  । ତେଣୁ ତାଙ୍କୁ ମଂଚ ଉପରେ ବସାଇବାର ଫଟୋ ଓ ଭିଡ଼ିଓକୁ ସେମାନେ ହାଇକମାଣ୍ଡଙ୍କୁ ପଠାଇବା ପାଇଁ ବାଧ୍ୟ ହୋଇଛନ୍ତି  । ସେହିପରି ରାଉରକେଲାର ଜଣେ ଅପରାଧିକ ପୃଷ୍ଠଭୂମି ଥିବା ବ୍ୟକ୍ତିବିଶେଷଙ୍କୁ ମଧ୍ୟ ମଂଚରେ ଦେଖିବାକୁ ମିଳିଥିଲା  । ଅପ୍ରେଲ ୧୮ରେ ଜିତେନ୍ଦ୍ର ସିଂହ ଓଡ଼ିଶା ଆସିଲେ ତାଙ୍କ ନିକଟରେ ମଧ୍ୟ ଏହି ପ୍ରସଙ୍ଗ ଉପସ୍ଥାପନ କରାଯିବ ବୋଲି ବରିଷ୍ଠ କଂଗ୍ରେସ ନେତା କହିଛନ୍ତି ।

LEAVE A REPLY

Please enter your comment!
Please enter your name here