ପେଟ୍ରୋଲ ପମ୍ପରେ ମୋଦିଙ୍କ ସ୍ଥାନ ନ।ହିଁ

0
118

ଭୁବନେଶ୍ୱର : ଦିନକୁ ଦିନ ଦେଶ ଓ ରାଜ୍ୟରେ ତୈଳ ଦର ବୃଦ୍ଧିକୁ ନେଇ ଗୋଟିଏ ପଟେ ଶ।ଷକ ବିଜୁ ଜନତା ଦଳ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ୍ କରିଥିବାବେଳେ ଅନ୍ୟପଟେ କଂଗ୍ରେସ ମଧ୍ୟ ଏହ।ର ଫାଇଦା ଉଠେଇବ।ରେ ଅବହେଳା କରିନି । ଯୁବ କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପୋଷ୍ଟର ହଟାଅ ଅଭିଯାନ ଆରମ୍ଭ ହୋଇଛି  ।ଭୁବନେଶ୍ବର ଡେଲଟା ଛକରେ ମୋଦିଙ୍କ ପୋଷ୍ଟର ଚିରିବାରୁ  ଯୁବ କଂଗ୍ରେସ ସଭାପତି ଲୋକନାଥ ମହାରଥୀଙ୍କୁ ପୁଲିସ ଆଜି ଗିରଫ କରିଛି  ।

ଗତକାଲି ପେଟ୍ରୋଲ ଦର ବୃଦ୍ଧିକୁ ନେଇ ବିଜୁ ଜନତା ଦଳର ଯୁବ ଓ ଛାତ୍ର ବାହିନୀ ସାରା ରାଜ୍ୟରେ ଧାରଣା ଦେଇଥିଲା  । ପେଟ୍ରୋଲ ପମ୍ପ ନିକଟରେ ବିଜେଡ଼ିର ଛାତ୍ର ଓ ଯୁବ ନେତାମାନେ ଧାରଣା ଦେବା ସହ ଲିଫଲେଟ ବାଂଟିଥିଲେ  । ଆଜି ଯୁବ କଂଗ୍ରେସ ପକ୍ଷରୁ ଭିନ୍ନ ଧରଣର ପ୍ରତିବାଦ କରାଯାଇଛି  । ପେଟ୍ରୋଲ ଦର ନକମିବା ପର୍ଯ୍ୟନ୍ତ ପେଟ୍ରୋଲ ପମ୍ପରେ ମୋଦିଙ୍କ ପୋଷ୍ଟର ନଲଗାଇବା ପାଇଁ ପେଟ୍ରୋଲ ପମ୍ପ ମାଲିକମାନଙ୍କୁ କଂଗ୍ରେସ କର୍ମୀମାନେ ନିବେଦନ କରିଛନ୍ତି  । ଡେଲଟା ଛକ ପେଟ୍ରୋଲ ପମ୍ପରେ ଲାଗିଥିବା ପୋଷ୍ଟରକୁ ମଧ୍ୟ ସେମାନେ ଚିରି ଦେଇଥିଲେ  । ଫଳରେ ପୁଲିସ ଘଟଣାସ୍ଥଳରେ ପହଁଚି କେତେକ କର୍ମୀଙ୍କୁ ଗିରଫ କରିଛି ।

LEAVE A REPLY

Please enter your comment!
Please enter your name here