ସଲମାନଙ୍କୁ ୫ବର୍ଷ ଜେଲ୍

0
112

ବହୁଦିନ ଧରି ଚ।ଲି ଆସିଥିବା ବହୁଚର୍ଚ୍ଚିତ କୃଷ୍ଣସାର ମୃଗ ଶିକାର ମାମଲାରେ ଯୋଧପୁର ଜିଲ୍ଲା ଓ ସେସନ୍ସ କୋର୍ଟ ଶୁଣାଣି କରି ସଲମାନଙ୍କୁ ୫ବର୍ଷ ଜେଲଦଣ୍ଡ ସାଙ୍ଗକୁ ୧୦ହଜାର ଟଙ୍କା ଜୋରିମାନା ଦେବାକୁ କହିଛନ୍ତି |

କୋଡିଏ ବର୍ଷ ଧରି ଚାଲି ଆସିଥିବା ଏହି ମାମଲାରେ ସଲମାନ ଏକୁଟିଆ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ଅନ୍ୟ ସବୁ ଅଭିଯୁକ୍ତ ସୈଫ ଅଲୀ ଖାନ, ସୋନାଲି ବେନ୍ଦ୍ରେ, ନୀଲମ ଓ ତବୁ ଦୋଷୀମୁକ୍ତ ହୋଇଛନ୍ତି । ୧୯୯୮ ମସିହା ଅକ୍ଟୋବର ୨ ତାରିଖରେ ଯୋଧପୁରରେ କୃଷ୍ଣସାର ମୃଗ ଶିକାର କରାଯାଇଥିଲା । ସଲମାନଙ୍କ ସମେତ ଅନ୍ୟ କଳାକାରମାନେ ହିନ୍ଦୀ ଫିଲ୍ମ ହମ ସାଥ ସାଥ ହେଁର ସୁଟିଂ ବେଳେ କୃଷ୍ଣସାର ମୃଗ ଶିକାର କରିଥିବା ନେଇ ଅଭିଯୋଗ ହୋଇଥିଲା ।

LEAVE A REPLY

Please enter your comment!
Please enter your name here