କ।ହ।ପ।ଇଁ ଶିଶୁ ବିକାଶ ଯୋଜନା

0
98

ଫୁଲବାଣୀ: ସରକାର ର।ଜଧ।ନୀରେ ବସି ଶିଶୁ ଙ୍କ ବିକ।ଶ ପ।ଇଁ ଖୁବ ଜୋରରେ ଚିଲ୍ଲ।ଉଥିବ। ବେଳେ ଏହ।ଯେ କେବଳ ର।ଜଧ।ନୀ କ।ନ୍ଥବ।ଡ ପୋଷ୍ଟ ର ଭିତରେ ସୀମିତ ହୋଇ ରହିଛି , ତ।ହ। ଉପ।ନ୍ତ ଜିଲ୍ଲା ଗୁଡିକୁ ଦେଖିଲେ ଅନୁମେୟ ହୁଏ ।କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକରେ ଶିଶୁ ବିକାଶ ଯୋଜନା ଏକରକମ୍ ପଙ୍ଗୁପରି ପଡି ରହି ଥିବା ଚକ୍ଷୁହିନ ଲୋକଟେ ଅନୁଭବ କରିପ।ରିବ ।
କେଉଁଠି ଅଙ୍ଗନୱାଡି କେନ୍ଦ୍ରର ନିଜସ୍ୱ ଗୃହ ନାହିଁତ ଆଉ କେଉଁଠି ଗଛ ତଳେ ବିପଦସଙ୍କୁଳ ଅବସ୍ଥାରେ କୁନିକୁନି ଶିଶୁଙ୍କୁ ନେଇଁ ଭବିଷ୍ୟତ ଗଢ଼ାଚାଲିଛି । ଅଙ୍ଗନୱାଡି ଓ ସହାୟିକା ନିଜଘରେ ରୋଷେଇ କରି ପିଲାଙ୍କୁ ଖାଦ୍ୟ ପରିବେଷଣ କରୁଛନ୍ତି । ନିଜସ୍ୱ ଘର ଅଭାବରୁ ବାରଦୁଆର ଶୁଣ୍ଢିପିଣ୍ଢା ହେଉଛନ୍ତି କର୍ମୀ । ଏ ନେଇ ପଞ୍ଚାୟତ ଏବଂ ସମିତି ବୈଠକରେ ବାରମ୍ବାର ବ୍ଲକ ପ୍ରଶାସକଙ୍କୁ ଅବଗତ କରାଯାଉଛି ହେଲେ କିଛି ଫଳ ମିଳୁନି । ଅନେକ ଅଙ୍ଗନୱାଡି କେନ୍ଦ୍ରରେ ନଳକୂପ ନଥିବାରୁ ଶିଶୁଙ୍କୁ ନାଳ, ଚୁଆ ପାଣିରେ ରୋଷେଇ କରି ଦିଆଯାଉଛି । ଫଳରେ ଶିଶୁମାନେ ହଇଜା, ଜ୍ୱର, ଡାଇରିଆ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହେଉଛି । ସିମେଲ୍କିଆ ଅଙ୍ଗନୱାଡି କେନ୍ଦ୍ରପରେ ଏବେ ବ୍ରାହ୍ମଣୀଗାଁ ପଞ୍ଚାୟତ କିନିରୀଗାଁ ଅଙ୍ଗନୱାବାଡି କେନ୍ଦ୍ରର ବାସ୍ତବଚିତ୍ର ପରଖିବାକୁ ଆମ ପ୍ରତିନିଧି ସେଠାକୁ ଯାଇ ସ୍ଥାନୀୟ ଲୋକଙ୍କୁ ପଚାରିଥିଲେ । ଦୀର୍ଘ ବର୍ଷ ହେବ ଅଙ୍ଗନୱାଡି ଗୃହ ମରାମତି ହେଉନି । ଗ୍ରାମବାସୀଙ୍କ ଉଦ୍ୟମରେ ବନ ସୁରକ୍ଷା ସମିତି ଗୃହରେ ପଢ଼ାଚାଲିଥିବା ବେଳେ ଉକ୍ତ ପରିତ୍ୟକ୍ତ ଗୃହରେ ରୋଷେଇ ଚାଲିଛି । ଘର କେତେବେଳେ ଭାଙ୍ଗି ପଡିବ କହି ହେଉନି । ଘରର ଟିଣ ଉଡିଯାଇଥିବା ବେଳେ କାଠଗୁଡ଼ିକ ଝୁଲି ରହିଛି ଓ ସାପ, ବେଙ୍ଗଙ୍କ ଆଶ୍ରୟସ୍ଥଳୀ ପାଲଟିଛି । ଅଭାବିଭାକମାନେ ଭୟରେ ପିଲାଙ୍କୁ ଛାଡୁନାହାନ୍ତି । ସଂପୃକ୍ତ ଅଙ୍ଗନୱାଡିର ମରାମତି ଲାଗି ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here