ରମେଶ ବିଜେଡ଼ି ପାଇଁ ବୁମେରାଂ ହେବେ !

0
341

ଭୁବନେଶ୍ୱର : ଆସନ୍ତା ୪ ତ।ରିଖରେ ମିଶ୍ରଣ ପର୍ବ ହେବାକୁ ଯାଉଥିବାବେଳେ । ଗଂଜାମ ଜିଲ୍ଲା ରାଜନୀତିର ମୋଡ ବଦଳିବ।କୁ ଯ।ଉଛି । କଂଗ୍ରେସର ବହୁ ଆଗଧାଡ଼ିର ନେତା ଏବେ ବିଜେଡ଼ିରେ ସାମିଲ ହେବାକୁ ଯାଉଛନ୍ତି ।  ଜିଲ୍ଲାରେ ଧିରେଧିରେ ରାଜନୀତିକ ସମୀକରଣ ବଦଳୁଥିବ।ର ଦେଖିବ।କୁ ମିଳିଛି । ଜିଲ୍ଲାରେ ବଡ଼ ଧରଣର ମିଶ୍ରଣ ପର୍ବ ହେବାକୁ ଯାଉଥିବାବେଳେ ପୂର୍ବତନ କଂଗ୍ରେସ ବିଧାୟକ ରମେଶ ଜେନା ବିଜେଡ଼ିରେ ମିଶିବା ନେଇ ମଧ୍ୟ ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ଜୋର ଧରିଛି  । କିଛି ଲୋକ ଙ୍କ କହିବା କଥ। ହୁଏତ ମାମଲାରୁ ମୁକୁଳିବା ପାଇଁ ରମେଶ ଏଭଳି ଯୋଜନା କରିଥାଇପାରନ୍ତି, ହେଲେ ତାଙ୍କୁ ଯଦି ବିଜେଡ଼ି ଦଳରେ ସାମିଲ୍ କରେ ତେବେ ଦଳ ପ।ଇଁ ବୁମେରଂ। ହେବା ନିଶ୍ଚିତ  ।

 ଏପଟେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ, ବିକ୍ରମ ପଣ୍ଡା, କଂଗ୍ରେସ ଜିଲ୍ଲା ସଭାପତି ଭଗବାନ ଗନ୍ତାୟତ ଦଳ ଛାଡ଼ି ସାରିଛନ୍ତି  । ବିଜେଡ଼ିରେ ବିଧିବଦ୍ଧ ଭାବେ ଯୋଗଦେବା ପାଇଁ ସେମାନେ ଘୋଷଣା କରିଥିବାବେଳେ ୪ରେ ମହାମିଶ୍ରଣ ପର୍ବ ହେବ  । ତେବେ ଚନ୍ଦ୍ରଶେଖର ଓ ବିକ୍ରମଙ୍କ ସହ କଂଗ୍ରେସର ୫ କର୍ପୋରେଟର ଇସ୍ତଫା ଦେଇଥିବାବେଳେ ଅନ୍ୟ କେତେକ କଂଗ୍ରେସ କର୍ପୋରେଟର କୌଣସି ନିଷ୍ପତି ନେଇପାରିନଥିଲେ  । ବିଶେଷକରି ରମେଶଙ୍କ ସହଯୋଗୀ କର୍ପୋରେଟରମାନେ ନୀରବ ରହିଥିଲେ  । କିନ୍ତୁ ନିକଟରେ ରମେଶଙ୍କ ସହଯୋଗୀ ଭାବେ ଜଣାଶୁଣା କର୍ପୋରେଟର ଆର ମୁରଲୀ ମୋହନ, ରଂଜିତ ନାୟକ, ଅନୀଲ ନାୟକ ଓ ଟୁନା ପଟ୍ଟନାୟକ ପ୍ରମୁଖ ଦଳ ଛାଡ଼ିବାକୁ ନିଷ୍ପତି ନେଇଛନ୍ତି  । ରମେଶଙ୍କ ନିର୍ଦେଶରେ ସେମାନେ ଦଳ ଛାଡ଼ିଛନ୍ତି ବୋଲି ବ୍ରହ୍ମପୁର ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି  । ଫଳରେ ରମେଶ ମଧ୍ୟ ବିଜେଡ଼ିରେ ଯୋଗଦେଇପାରନ୍ତି ବୋଲି ଚର୍ଚ୍ଚା ହେବା ସ୍ୱାଭାବିକ  । ରମେଶ ଗଂଜାମ ରାଜନୀତିର ଜଣେ ଟାଣୁଆ ନେତା ଭାବେ ପରିଚିତ  । ସାନଖେମୁଣ୍ଡିରୁ ନେଇ ବ୍ରହ୍ମପୁର ପର୍ଯ୍ୟନ୍ତ ତାଙ୍କର ସୁଦୃଢ଼ ସଂଗଠନ ରହିଛି  । ଏମିତିକି ସଂଗଠନ କ୍ଷେତ୍ରରେ ସେ ଚନ୍ଦ୍ରଶେଖର ସାହୁଙ୍କୁ ମଧ୍ୟ ଢେ଼ର ପଛରେ ପକାଇ ଦେଇଛନ୍ତି  । ତେବେ ରମେଶ ଜଣେ ବାହୁବଳୀ ନେତା ଭାବେ ବିବେଚିତ ହେଉଥିବାବେଳେ ତାଙ୍କ ନାମରେ ଅନେକ ଅପରାଧିକ ମାମଲା ରହିଛଇ  । ତାଙ୍କ ନାମରେ ପ୍ରାୟ ୫୦ରୁ ଉଦ୍ଧ୍ୱର୍ ମାମଲା ଥିବାବେଳେ ଏବେ ସେ ଛତ୍ରପୁର ଜେଲରେ ଅଛନ୍ତି  । ଅପରପକ୍ଷରେ ତାଙ୍କ ବିରୋଧରେ ବିଜେଡ଼ି ସରକାର ମିଛ ମାମଲା ରୁଜୁ କରିଛନ୍ତି ବୋଲି ପୂର୍ବରୁ କଂଗ୍ରେସ ଅଭିଯୋଗ କରି ଆସୁଥିଲା  । ଏମିତିକି ଖୋଦ୍ ବିରୋଧୀ ଦଳ ନେତା ନରସିଂହ ମିଶ୍ର ମଧ୍ୟ ବିଧାନସଭାରେ ଏକଥା ଉଠାଇଥିଲେ  । ସମ୍ପ୍ରତି ବିନା ଚନ୍ଦ୍ରଶେଖର ଓ ବିକ୍ରମରେ ବି ବିଜେଡ଼ି ଗଂଜାମରେ ବେଶ୍ ମଜବୁତ ରହିଛି  । ଆଉ ବେଶୀ ମଜବୁତ ହେଲେ ବି କିଛି ଲାଭ ହେବନାହିଁ  । ବରଂ ରମେଶଙ୍କୁ ଯଦି ଦଳ ଲୋଭରେ ଦଳକୁ ନିଏ ତେବେ ଏହା ବିଜେଡ଼ି ପାଇଁ ବୁମେରାଂ ହେବ  । ଏଇ ମଉକାରେ ବିଜେପି ଏହାକୁ ପ୍ରସଙ୍ଗ କରିବାର ସମ୍ଭାବନା ରହିଛି  । ସହଜେ ନବୀନଙ୍କ ଗଡ଼ ଉପରେ ଏବେ ଶାହାଙ୍କ ଆଖି ପଡ଼ିଛି  । ଶାହା ଗଂଜାମରେ ମଧ୍ୟ ରୋଡ଼ ଶୋ’ କରିସାରିଛନ୍ତି  । ନିର୍ବାଚନୀ ବର୍ଷରେ ନବୀନ ରମେଶ ଜେନାଙ୍କୁ ଦଳରେ ସାମିଲ୍ କରି ବିଜେପିକୁ କହିବ।ର ସୁଯୋଗ ଦେଇ ନପ।ରନ୍ତି ।

LEAVE A REPLY

Please enter your comment!
Please enter your name here