ଇସ୍ତଫା ଦାବି କଲା କେନ୍ଦ୍ରାପଡ଼ା ବିଜେଡି

0
168

କେନ୍ଦ୍ରପଡ଼ା: ଗତ ସାଧାରଣ ନିର୍ବାଚନ ସମୟରେ ଭୁଲ୍ ତଥ୍ୟ ଦେଇ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ସାଂସଦଙ୍କ ଇସ୍ତାଫା କେନ୍ଦ୍ରାପଡା ବିଜେଡି ଦାବି କରିଛି । ଏ ନେଇ କେନ୍ଦ୍ରାପଡା ଏସ୍ଡିଜେମଙ୍କ ଅଦାଲତରେ ଦାୟର ମାମଲାକୁ ବିଚାର ଯୋଗ୍ୟ ବୋଲି ଗ୍ରହଣ କରି ଅଭିଯୋଗକାରୀଙ୍କ ବୟାନକୁ ଅଦାଲତ ରେକର୍ଡ କରିଛି । ଏହି ମିଥ୍ୟା ସତ୍ୟପାଠ କରି ସାଂସଦ କେନ୍ଦ୍ରାପଡ଼ାବାସୀଙ୍କ ସହିତ ବିଶ୍ୱାସଘାତକତା କରିଛନ୍ତି । ନୈତିକତା ଦୃଷ୍ଟିରୁ ସାଂସଦ ଶ୍ରୀ ପଣ୍ଡା ତୁରନ୍ତ ନିଜ ପଦବୀରୁ ଇସ୍ତଫା ଦେବାକୁ ଜିଲ୍ଲା ବିଜେଡି ପକ୍ଷରୁ ଦୃଢ଼ ଦାବି କରାଯାଇଛି । ଆଜି ପୁରୁଣା ମଟର ଷ୍ଟାଣ୍ଡ୍ ଠାରେ ଏକ ବିକ୍ଷୋଭରେ ପୂର୍ବତନ ପୌରାଧ୍ୟକ୍ଷ ଧୀରେନ ସାହୁ, ଯୁବ ବିଜେଡି ସଭାପତି ରାଜେଶ ପଣ୍ଡା, ମହିଳା ବିଜେଡି ସଭାନେତ୍ରୀ ସ୍ନେହପ୍ରଭା ତ୍ରିପାଠୀ, ରାଜ୍ୟ ବିଜେଡି ଲିଗାଲ ଫ୍ରଂଟ ସଦସ୍ୟ ସଞ୍ଜୟ ଜେନା, ଧିରେନ୍ଦ୍ର ଦାସ, ହିରଣ୍ୟ ପଣ୍ଡା, ପ୍ରସନ୍ନ ରାଉତ, ମାନସ ରଞ୍ଜନ ଧଳ,ପ୍ରଶନ୍ନ ରାଉତ,ବୀରେନ୍ଦ୍ର ଦାସ, ନିରଞ୍ଜନ ବଳ, ବିବେକାନନ୍ଦ ସ୍ୱାଇଁ, ଶ୍ରୀଧର ବାରିକ, ପ୍ରମୋଦ ପ୍ରଧାନ, ଦୀନବନ୍ଧୁ ନାୟକ, ନରୋତ୍ତମମଲିକ, ଦୁଷ୍ମନ୍ତମଲିକ, କଳାକାର ମଲିକ, ଦୈତାରୀ ଜେନା, ପୂର୍ଣ୍ଣେନ୍ଦୁ ପ୍ରେମାନନ୍ଦ ଘଡାଇଙ୍କ ସମେତ ଅନ୍ୟମାନେ ପ୍ରମୁଖ ଉପସ୍ଥିତ ରହି ଏପରି ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here