ସ।ଇବର କ୍ର।ଇମ ପୋଲିସ ପ।ଇଁ ବଡ ସମସ୍ଯ।

0
69

କଟକ : ଦିନକୁ ଦିନ ର।ଜ୍ୟରେ ବଢିଚ।ଲିଛି ସ।ଇବର କ୍ର।ଇମ ଆଉ ଏହ।କୁ ରୋକିବ। ପୋଲିସ ପ।ଇଁ ବଡ ସମସ୍ଯ। ହୋଇ ମୁଣ୍ଡ ଟେକିଛି । ସାଇବର କ୍ରାଇମର ତଦନ୍ତ ପାଇଁ କଟକ, ଭୁବନେଶ୍ୱର, ରାଉରକେଲା, ସମ୍ବଲପୁର ଓ ବ୍ରହ୍ମପୁର ଠାରେ ସାଇବର ଥାନା ରହିଛି । ଆଗାମୀ ଦିନରେ ଅନ୍ୟାନ୍ୟ ଜିଲ୍ଲାରେ ସାଇବର ଥାନା ଖୋଲିବାର ବ୍ୟବସ୍ଥା କରାଯାଉଛି । ଅର୍ଥନୈତିକ ଓ ସାଇବର ଅପରାଧ ପୁଲିସ ପାଇଁ ଆହ୍ୱାନ ସୃଷ୍ଟି କରିଛି । ଏହାର ମୁକାବିଲା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ରାଜ୍ୟ ପୁଲିସ ମୁଖ୍ୟାଳୟ ଠାରେ ଆୟୋଜିତ ୮୩ତମ ପୁଲିସ ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ କହିଛନ୍ତି ଯେ ପୁଲିସ ହେଉଛି ଜନତାର ବନ୍ଧୁ । ଗରିବ ଓ ଅସହାୟଙ୍କୁ ନ୍ୟାୟ ପ୍ରଦାନ, ମହିଳା ଓ ଶିଶୁ ବିରୋଧୀ ଅପରାଧ ନିୟନ୍ତ୍ରଣ ସହ ଏସ୍ପିଙ୍କ କାର୍ଯ୍ୟାଳୟ ଓ ଥାନାରେ ଥିବା ମହିଳା ଶିଶୁ ଡେସ୍କ ଏବଂ ଅଭ୍ୟର୍ଥନା ପ୍ରକୋଷ୍ଠଗୁଡ଼ିକୁ ଅଧିକ କ୍ରିୟାଶୀଳ କରିବା ଲାଗି ମୁଖ୍ୟମନ୍ତ୍ରୀ ବିଭାଗୀୟ ପଦାଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ରାଜ୍ୟସରକାର ପୁଲିସ କର୍ମଚାରୀଙ୍କ ମନୋବଳ ବୃଦ୍ଧି, ପୁଲିସ ଫୋର୍ସର ଆଧୁନିକୀକରଣ ଓ ଦକ୍ଷତା ବୃଦ୍ଧି ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଏହି ଅବସରରେ ସହିଦ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ଉଲ୍ଲେଖନୀୟ ସେବା ପାଇଁ ଡିଆଇଜି ଅମିତେନ୍ଦ୍ରନାଥ ସିହ୍ନା, ପୁରୀ ଏସ୍ପି ଡଃ ସାର୍ଥକ ଷଡଙ୍ଗୀ, ନୟାଗଡ଼ ଏସ୍ପି ଆଶୀଷ ସିଂହ, ସୁନ୍ଦରଗଡ଼ ଏସ୍ପି ପୀନାକ ମିଶ୍ର, ମାଲକାନଗିରି ଏସ୍ପି ଜଗମୋହନ ମୀନା, କେନ୍ଦ୍ରାପଡ଼ା ଏସ୍ପି ଦୟାନିଧି ଗୋଚ୍ଛାୟତ, ଏସଓଜି ଦୁର୍ଗପତି ବିଜୟ ଚନ୍ଦ୍ର ପ୍ରଧାନ, ଓଆଇଏସ୍ଫ ଦୁର୍ଗପତି ସୁବାସ ତ୍ରିପାଠୀ, ବିଟିଆଇ ଦୁର୍ଗପତି ବାଳକୃଷ୍ଣ ନନ୍ଦଙ୍କ ସମେତ ୧୦୦ ପୁଲିସ ଅଧିକାରୀଙ୍କୁ ସମ୍ମାନୀତ କରିଥିଲେ । ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପୁଲିସ ବାହିନୀର ପରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ । ପୁଲିସ ମହାନିଦେ୍ର୍ଦଶକ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟାଳୟ ଆଇଜି ଅସୀତ ପାଣିଗ୍ରାହୀ ରାଜ୍ୟପାଳଙ୍କ ବାର୍ତ୍ତା ପାଠ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here